ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦ ପୂରଣ ଦାବିରେ ଆଇନଜୀବୀମାନେ ଗଲେ ରାଜଭବନ, କୋର୍ଟ କାର୍ଯ୍ୟ ପ୍ରଭାବିତ

କଟକ ସଦର,୦୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)-ଓଡ଼ିଶା ହାଇକୋର୍ଟରେ ମୋଟ ୩୩ ଜଣ ବିଚାରପତି ପଦ ରହିଥିବାବେଳେ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଯାହା ଫଳରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ବର୍ତ୍ତମାନ ପ୍ରାୟ ୧.୭ ଲକ୍ଷ ମାମଲା ବିଚାର ନହୋଇ ପଡି଼ରହିଛି। ବିଚାରପତିଙ୍କ ଅଭାବ ଯୋଗୁଁ ନୂତନ ଦାଖଲ ମାମଲା ଏଵଂ ଜରୁରୀ ମାମଲା ଗୁଡିକ ମଧ୍ୟ ଶୁଣାଣି ପାଇଁ ବେଞ୍ଚ ସମ୍ମୁଖରେ ତାଲିକାଭୁକ୍ତ ହୋଇପାରୁନି।

ଫଳରେ ଶହଶହ ଆବେଦନକାରୀ ନିରାଶ ହେଉଥିବାବେଳେ ଆଇନଜୀବି ମାନେ ମଧ୍ୟ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ଗୁରୁବାର ଦିନ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଲଲାଟେନ୍ଦୁ ସାମନ୍ତରାୟ ଙ୍କ ନେତୃତ୍ଵରେ ଶତାଧିକ ଆଇନଜୀବୀ ହାଇକୋର୍ଟ ପରିସରରୁ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ରାଜଭବନ ଅଭିମୁଖେ ଯାଇଥିବାଵେଳେ ସେଠାରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଵେ ବୋଲି  ଜଣାପଡିଛି। ଯଦି ଶୀଘ୍ର ବିଚାରପତି ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଜନସାଧାରଣ ଓ ଆଇନଜୀବି ମାନେ ଆଗାମୀଦିନରେ ସ୍ୱାର୍ଥ ରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଆସୋସିଏସନ୍ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *