କଟକ ସଦର,୦୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନୂତନ ଭାବେ ଆତ୍ମ ପ୍ରକାଶ କରିଥିବା ସାମାଜିକ ସଂଗଠନ ‘ରୋଜାଲିନ୍ ହେଲ୍ପିଙ୍ଗ୍ ଟ୍ରଷ୍ଟ’ ଏଵେ ସାଧାରଣରେ ଆଦୃତି ଲାଭ କରୁଥିବା ଜଣାପଡିଛି।
ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀଙ୍କ ପରିଚାଳନାରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ଚାରା ରୋପଣ,ନିଶା ନିବାରଣ ସଚେତନତା, ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା, ରାତିରେ ରାସ୍ତାରେ ଦୂର୍ଘଟଣା ରୋକିବାକୁ ଵୁଲା ଗାଈ ଗୋରୁଙ୍କ ବେକରେ ରେଡିୟମ ଵେଲ୍ଟ ବାନ୍ଧିବା ପ୍ରଭୃତି ବହୁ ଜନ ହିତକାରୀ କାର୍ଯ୍ୟକ୍ରମ ମାନ ବଜାୟ ରଖିଥିବାରୁ ପ୍ରଶଂସା ର ପାତ୍ର ହୋଇଛନ୍ତି।
ସେଥିରେ ଟ୍ରଷ୍ଟ ପକ୍ଷରୁ କିଶନନଗର ସାମନ୍ତରାପୁର ଠାରେ ଶିକ୍ଷାର ବିକାଶ ପାଇଁ ସ୍ୱଳ୍ପ ମୂଲ୍ୟର ଏକ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ସ୍ଥାପନ କରି ଉଦାହରଣ ସୃଷ୍ଟି କରିଛି। ଆଗାମୀ ଦିନରେ ଟ୍ରଷ୍ଟ ଆହୁରି ଅନେକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ସହିତ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଅଗ୍ରସର ହେବ ବୋଲି ଡଃ ଚୌଧୁରୀ ସୂଚନା ଦେଇଛନ୍ତି।
