ଗରଦପୁର ରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଗରଦପୁର, ୨୧/୧୦/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଜିଲାପାଳଙ୍କ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଶି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ୍ ୫୭ ଟି ଅଭିଯୋଗ ଶୁଣାଣି ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରୁ ୧୧ ଟି ସାମୁହିକ ଓ ଅନ୍ୟ ଗୁଡ଼ିକ ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଆସନ୍ନ ବାତ୍ୟା ପାଇଁ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟରେ ଜିଲାପାଳ ବ୍ୟସ୍ତ ରହି ଅନପୁପସ୍ଥିତ ଥିବାରୁ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ପୌରୋହିତ୍ୟରେ ଶିବିର ପରିଚାଳିତ ହୋଇଥିଲା । ଏଥିରେ ଅତିରିକ୍ତ ଆରକ୍ଷି ଅଧିକ୍ଷକ ଦେବାଶିଷ ଧଳ , ଉପଜିଲାପାଳ ରବିନ୍ଦ୍ର ପ୍ରଧାନ , ଏଡ଼ିଏମଓ ଶଚିଦାନନ୍ଦ ମିଶ୍ର, ଡ଼େପୁଟି କଲେକ୍ଟର ବଲଭି ପ୍ରିୟଦର୍ଶିିନୀ ,ତହସିଲଦାର ତୃପ୍ତି ମହାନ୍ତି , ବିଡ଼ିଓ ପ୍ରଦ୍ୟୁମ୍ନଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଜନ ଅଭିଯୋଗ ଶୁଣାଣି କରିଥିଲେ । ବିଶେଷକରି ସମସରା ଗ୍ରାମର ସଂଜୟ କୁମାର ଦାସ ଙ୍କ ବାସଗୃହ ୨୦୧୮ ମସିହା ମେଁ ମାସରେ ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଥିଲା । ଅଗ୍ନିଶମ ବିଭାଗ ତାଙ୍କୁ ଘରପୋଡ଼ି ପ୍ରମାଣପତ୍ର ଦେଇଥିବାବେଳେ ଗରଦପୁର ତହସିଲ ପକ୍ଷରୁ ଚଂଚକତା କରାଯାଇ ଦୀର୍ଘ ୮ ବର୍ଷ ଧରି ତାଙ୍କୁ ଘରପୋଡ଼ି ସାର୍ଟିଫିକେଟ ପ୍ରଦାନ କରିନଥିଲା । ଏହି ଗରୀବ ଲୋକ ବାରମ୍ବାର ଦୌଡ଼ି କାକୁତି ମିନତି ହେବା ପରେ ଗତ ୧୪ ତାରିଖ ଦିନ ତହସିଲ ତରଫରୁ ତାଙ୍କୁ ଘରପୋଡ଼ି ସାର୍ଟିଫିକେଟ ମିଳିଛି ବୋଲି ସେ କ୍ଷୋଭର ସହ କହିବା ସହିତ ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ଅତିରିକ୍ତ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ସେହିପରି ଅର୍ଜୁନପୁର ଗ୍ରାମର ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଆବାସ ଯୋରଜନା ପାଇଁ ଗୁହାରୀ କରିଥିଲେ । ପଦ୍ମପୁର ପଂଚାୟତର ମିଶନ ଶକ୍ତି ର ସମସ୍ତ କାର୍ଯ୍ୟରତ ସିଏଲଏସ  ର ମା ମାନଙ୍କୁ ପରିବର୍ତନ କରିବା ପାଇଁ କିଣିଲୋ ଗ୍ରାମର ଅନୁକୂଳଚନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠିର ସମ୍ପାଦିକା ଭାରତୀ ମଲିକ ଦାବି କରିଥିଲେ । ଦୀର୍ଘ ୩୫ ବର୍ଷ ହେଲା ଜମିଜମା ବନ୍ଦୋବସ୍ତ ହୋଇନଥିବାରୁ ଗରଦପୁର ତହସିଲ ଅଂଚଳରେ ଚକବନ୍ଦି କରାଇବାକୁ ସମାଜସେବୀ ନବାବ କୁମାର ପଣ୍ଡା ଦାବି କରିଥିଲେ । ସେହିପରି ଚିତ୍ର୍ରୋପôଳା ଦକ୍ଷିଣ ପାଶ୍ୱର୍ ସବ ମାଇନର କେନାଲ ଭଦାଳ ଠାରୁୂ ପାଖଡ଼ ମେଳକ ପର୍ଯ୍ୟନ୍ତ କେନାଲ ଖନନ ତୃଟି ପୂର୍ଣ୍ଣ ଯୋଗୁ କେନାଲ ରେ ଜମିକୁ ପାଣି ମାଡ଼ି ପାରୁନଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଥିଲେ । ଅଧିକନ୍ତୁ ସଚେତନତା ଅଭାବରୁ ଗଛ ଭାଙ୍ଗୁଛି ସରକାରୀ ଗୃହ ଅଭିଯୋଗ କରି ତହସିଲ , ଗୋଦାମ , ସବ ରେଜିଷ୍ଟ୍ରାର ଅଫିସ ଗୃହରେ ଗଛ ମାଡ଼ିଯିବା କଥା ଉଦାହରଣ ଦେଇଥିଲେ । ୨୦ ବର୍ଷ ହେଲା କେନାଲ ଖନନ ପାଇଁ ଜମି ଅଧି ଗ୍ରହଣ ହୋଇଥିଲେ ସୁଦ୍ଧା ଚିତ୍ରୋପôଳା ଦକ୍ଷିଣ ପାଶ୍ୱର୍ କେନାଲ ନଇନ୍ଦିପୁର ଠାରୁ ପାଟକୁରା ପର୍ଯ୍ୟନ୍ତ ଯଥା ଶୀଘ୍ର ଖନନ କରିବା ପାଇଁ ଓସ୍ତିଆ ଗ୍ରାମର ଦିଲିପ ଶୁକ୍ଳ ଦାବି କରିଥିଲେ । ଦୀର୍ଘ ବର୍ଷ ଧରି ସରକାରୀ ଅନୁମୋଦନ ହୋଇଥିଲେ ମଧ୍ୟ ଗରଦପୁର ରେ ଟ୍ରେଜେରୀ ଅଫିସ ଆଜି ସୁଦ୍ଧା ଖୋଲାଯାଇନଥିବାରୁ ଓପଲଫେଡ଼ ଡ଼ାଇରେକ୍ଟର ଘନଶ୍ୟାମ କାପ ଶିବିର ରେ କ୍ଷୋଭ ପ୍ରକାଶ କରିଥିଲେ । ଏଥି ସହିତ ଗରଦପୁର ଅଂଚଳରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ରେ ମନମାନି କପରି ସମ୍ପୃକ୍ତ ଠିକାଦାର ବିକ୍ଷିପ୍ତ ଭାବେ ରାସ୍ତା ଖୋଳି ବିପର୍ଯ୍ୟସ୍ତ କରୁଥିବା ଶିବିରରେ ଅଭିଯୋଗ କରାଯାଇଥିଲା । ପାଟକୁରା, ଗରଦପୁର ମଦଭାଟି ନିକଟ ଜମି ରେ ଅବିଚାରିତ ଭଗାବେ ମଦ୍ୟପାନ କରି ମଦ ବୋତଲ ଫିଙ୍ଗାଯାଉଥିବାରୁ ସମାଜସେବୀ ଶିଶିର କୁମାର ପରିଡ଼ା ଶିବିରରେ ଅଭିଯୋଗ କରିଥିଲେ । ଏହାର ନିରାକରଣ ପାଇଁ ତୁରନ୍ନତ ପଦକ୍ଷେପ ନିଆଯିବ ବୋଲି ଶିବିରରେ ଉପସ୍ଥିତ ଥିବା ଅବକାରୀ ବିଭାଗ ଏସପି ବିକ୍ରମ ମଣ୍ଡଳ ପ୍ରତିଶୃତି ଦେଇଥିଲେ । ଘର ଡ଼ିହ ଜମି ମାପ ଚୁପ କରିବା ପାଇଁ ୨ ବର୍ଷ ହେଲା ବାରମ୍ବାର ତହସିଲ କୁ ଦୌଡ଼ୁଥିଲେ ମଧ୍ୟ କେହି ଶୁଣୁନଥିବା ପୁରୁଣା ଗୋପିନାଥପୁର ଗ୍ରାମର ସ୍ନେହଲତା ଦାସ ଅଭିଯୋଗ କରିଥିଲେ । ଶ୍ରୀଚନ୍ଦନପୁର ବାଳିକା ଉଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ପ୍ରମିଳା ଦାସ ଗତ ୨୦୧୯ ମସିହାରୁ ଚାକିରୀ ରୁ ଅବସର ନେଲେଣି କିନ୍ତୁ ଆଜି ସୁଦ୍ଧା ତାଙ୍କ ବକେୟା ଟଙ୍କା ମିଳିପାରିନାହିଁ ବୋଲି ଶ୍ରୀମତୀ ଦାସ ଅଭିଯୋଗ କରିଥିଲେ । ଆସନ୍ନ ବାତ୍ୟା ମୁକାବିଲା ସମ୍ପର୍କରେ ପ୍ରଶାସନ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ପଚାରିବାରୁ ବାତ୍ୟା ମୁକାବିଲା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *