ପୋଖରୀ ରୁ ଅଚିହ୍ନା ବୃଦ୍ଧଙ୍କର ଶବ ଉଦ୍ଧାର

ସାଲେପୁର, ୧୪/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଆଜି ଚନ୍ଦ୍ରାଦେଇପୁର ଠାରେ ଥିବା  ବେଲ ପୋଖରୀ ରୁ ଜଣେ ବୃଦ୍ଧ ଙ୍କର ଶବକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ରୁ ପ୍ରକାଶ ଯେ ଆଜି  ଏହି ବେଲ ପୋଖରୀ ରେ ଏକ ଶବ ଭାଷୁଥିବାର ସ୍ଥାନିୟ ଲୋକେ ଦେଖି ସାଲେପୁର ଦମକଳ କେନ୍ଦ୍ର କୁ ଜଣାଇ ଥିଲେ । ଦମକଳ ବାହୀନି ଘଟଣା ସ୍ଥଳ ରେ ପହଞ୍ଚି ଶବକୁ ଉଦ୍ଧାରକରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ । ସାଲେପୁର ପୋଲିସ ଖବର ପାଇ ବୃଦ୍ଧ ଙ୍କ ଶବ କୁ ଜବତ କରି ଏକ ଅପ ମୃତ୍ୟୁ ମାମଲା ନଂ ୩/୨୪ରେ ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତ ବୃଦ୍ଧଙ୍କର ପରିଚୟ ମିଳିନଥିବା ସାଲେପୁର ଥାନା ଆଇ ଆଇ ସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *