ସାଲେପୁର, ୧୪/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଆଜି ଚନ୍ଦ୍ରାଦେଇପୁର ଠାରେ ଥିବା ବେଲ ପୋଖରୀ ରୁ ଜଣେ ବୃଦ୍ଧ ଙ୍କର ଶବକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ରୁ ପ୍ରକାଶ ଯେ ଆଜି ଏହି ବେଲ ପୋଖରୀ ରେ ଏକ ଶବ ଭାଷୁଥିବାର ସ୍ଥାନିୟ ଲୋକେ ଦେଖି ସାଲେପୁର ଦମକଳ କେନ୍ଦ୍ର କୁ ଜଣାଇ ଥିଲେ ।
ଦମକଳ ବାହୀନି ଘଟଣା ସ୍ଥଳ ରେ ପହଞ୍ଚି ଶବକୁ ଉଦ୍ଧାରକରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ । ସାଲେପୁର ପୋଲିସ ଖବର ପାଇ ବୃଦ୍ଧ ଙ୍କ ଶବ କୁ ଜବତ କରି ଏକ ଅପ ମୃତ୍ୟୁ ମାମଲା ନଂ ୩/୨୪ରେ ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତ ବୃଦ୍ଧଙ୍କର ପରିଚୟ ମିଳିନଥିବା ସାଲେପୁର ଥାନା ଆଇ ଆଇ ସି ପ୍ରକାଶ କରିଛନ୍ତି।
