କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନସ

ମାଲକାନଗିରି, ୨୯/୦୯/୨୦୨୬ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲା ମାଥିଲି ବ୍ଲକ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କୁ ଆୟ ବହିର୍ଭୂତ ସମ୍ପତିି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ ମଙ୍ଗଳବାର ତାଙ୍କୁ ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି ।

ଶିଶିର କୁମାର ଦାଶଙ୍କ ସମ୍ପତି ଉପରେ କରାଯାଇଥିବା ଯାଂଚ ଆଧାରରେ, ତାଙ୍କ ନିକଟରୁ ଆୟ ବହିର୍ଭୂତ ସମ୍ପତି ମିଳିଛି, ଯେଉଁଥିରେ ୨ଟି ବହୁମହଲା ବିଶିଷ୍ଟ କୋଠା (ମୋଟ କ୍ଷେତ୍ରଫଳ ୯୩୦୦ ବର୍ଗଫୁଟ), ୬ଟି ମୂଲ୍ୟବାନ ପ୍ଲଟ୍, ୮୨ ଲକ୍ଷ ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରି-ଚକିଆ ଗାଡ଼ି ଇତ୍ୟାଦି ଅନ୍ତର୍ଭୁକ୍ତ; ଯାହାର ସନ୍ତୋଷଜନକ ହିସାବ ସେ ଦେଇପାରି ନାହାନ୍ତି । ଶିଶିର କୁମାର ଦାଶଙ୍କ ବିରୁଦ୍ଧରେ “ଦୁର୍ନୀତି ନିବାରଣ ଆଇନ’ ଅଧୀନରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୧୧/୨୦୨୬ ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *