ଭୁବନ ୧୪/୧୧/୨୦୨୬(ଓଡ଼ିଶା ସମାଚାର) –ଢେ଼ଙ୍କାନାଳ ଜିଲ୍ଲା ଭୁବନ ବନ ବିଭାଗ ଦ୍ୱାରା ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଫରେଷ୍ଟ ରେଞ୍ଜ ତରଫରୁ ଶୁକ୍ରବାର ରାତି ୯ ଘଟିକା ସମୟରେ ପାଟ୍ରୋଲିଂ ଚାଲିଥିବା ବେଳେ ଜିରାଳ ଶ୍ୟାମ ସୁନ୍ଦରପୁର ଠାରେ ସନ୍ଦେହ ଜନକ ଭାବେ ଓ ଆର୍ ୦୯ ଏଫ୍ ୧୭୭୬ ନମ୍ବର ବିଶିଷ୍ଟ ଏକ ଟ୍ରକକୁ ଧରିଥିଲେ ।
ଉକ୍ତ ଟ୍ରକ୍ ରେ ମାଙ୍କଡ଼ା ପଥର ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଡ୍ରାଇଭର କୌଶଳ କ୍ରମେ ଖସି ଯାଇଥିଲା । ଏହି ଚଢାଉରେ ରେଞ୍ଜର ରାକେଶ କୁମାର ଦଳେଇ ଙ୍କ ତତ୍ୱାବଧାନରେ ଫରେଷ୍ଟର କବିତା ବିଶ୍ୱାଳ,ଫରେଷ୍ଟ ଗାର୍ଡ ମୁକେଶ ରାଉତ ଓ ହାତୀ ସ୍କ୍ୱାର୍ଡ ସାମିଲ ହୋଇଥିଲେ।
