କଳାକାର ମାନଙ୍କର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,୨୩/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) -ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ କଳାକାର ମାନଙ୍କର ଏକ ଜରୁରୀ ବୈଠକ ମା ଉଗ୍ରତାରା ପୀଠରେ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗି ବ୍ଲକ ଅଧିନରେ ଥିବା ସୂଚନା,ଶିକ୍ଷା, ଯୋଗାଯୋଗ ନିମନ୍ତେ ରାଜ୍ୟ ସରକାରଙ୍କ ୧୫ଗୋଟି ଯୋଜନା ପ୍ରଚାର କାର୍ୟ୍ୟକ୍ରମ ନିମନ୍ତେ ଟାଙ୍ଗି କଳାସଂଘର ବୈଠକ ଅନୁଷ୍ଠିତ ହୋଇଛି। ସରକାରଙ୍କ ଜନହିତତକର ଓ ଜନ ମଙ୍ଗଳ କାର୍ୟ୍ୟକ୍ରମ ଉପରେ ପ୍ରଚାର ପ୍ରସାର କରିବା ପାଇଁ ସଂଘକୁ ଦାୟିତ୍ୱ ଦିଆଯାଇଛି। ଏହି ବୈଠକରେ ସଂଘର ସଦସ୍ୟ ମାନେ କିଭଳି ସୁଚାରୁ ରୁପେ ସରକାରଙ୍କ ଯୋଜନାକୁ କଳକାର ମାଧ୍ୟମରେ ଜନସାଧାରଣ ମାନଙ୍କ ପାଖରେ ପହଞ୍ଚାଯାଇ ପାରିବ ସେଥିପାଇଁ ବୈଠକରେ ନିସ୍ପତି ନିଆଯାଇଥିଲା। ପ୍ରଶାନ୍ତ ପାଟ୍ଟଶାଣୀ,ନିରଂଜନ ବାହିନୀପତି, ଗିରିଜା ଶଂକର ମହାପାତ୍ର ଙ୍କ ସମେତ ଅନେକ କଳାକାର ଏହି ବୈଠକରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *