ନିମାପଡ଼ା ୧୮/୦୫/୨୦୨୫ (ଓଡ଼ିଶା ସମାଚାର)- ଅପରେସନ ସିନ୍ଦୁରର ସଫଳତା ପରେ ସୈନ୍ୟବାହିନୀର ବୀର ଗାଥାକୁ ଜନମାନସରେ ଉଦଜିବିତ କରି ରଖିବା ପାଇଁ ରବିବାର ଅପରାହ୍ନରେ ଶହୀଦ ସଂସଦର ସଭାପତି, ବିଜେପି ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିନି ସୈନ୍ୟବାହିନୀର ବୀର ଯବାନମାନଙ୍କୁ ସମ୍ମାନ ଜଣାଇ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡରୁ ବାହାରି ବଡବଜାର ପରିକ୍ରମା କରି ବ୍ଲକ ଛକରେ ପହଞ୍ଚିଥିଲା।
ପରିକ୍ରମା ସମୟରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ନେତା କୃଷ୍ଣ ଚନ୍ଦ୍ର ରାଉତ, ଦେବେନ୍ଦ୍ର ସାହୁ, କଂଗ୍ରେସ ନେତା ନବ ମଲ୍ଲିକ, ଶହୀଦ ସଂସଦର ସମ୍ପାଦକ ଡଃ ବେଣୁଧର ସେନାପତି, ସଭ୍ୟ ଜୀବନାନନ୍ଦ ମହାପାତ୍ର, ରାମଚନ୍ଦ୍ର ସାହୁ,ଦୟାନିଧି ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖଟୋଇ, ଅଶୋକ ସାହୁ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ପ୍ରାକ୍ତନ ଉପାଧ୍ୟକ୍ଷ ଅଜୟ ସ୍ବାଇଁ,ଏନ ଏ ସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରା, ସାମ୍ବାଦିକ ବିଚିତ୍ରାନନ୍ଦ ସାହୁଙ୍କ ସମେତ ବିଭିନ୍ନ ଗଣ ସଙ୍ଗଠନର ନେତୃବୃନ୍ଦ ଉପସ୍ଥିତ ଥିଲେ।
