ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀଙ୍କ ବିୟୋଗ

କେନ୍ଦ୍ରାପଡା, ୨୧/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମର ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ନିରଞ୍ଜନ ମହାନ୍ତିଙ୍କର ୭୪ବର୍ଷ ବୟସରେ ହୃଦ୍ଘାତରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି । ସେ ବୃକକ ଜନିତ ରୋଗରେ ପିଡିତ ଥାଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କ ମର ଶରୀର ନିକଟରେ ପୁଅ ଗିରିଜାଶଙ୍କର, ଝିଅ ମିତାଲି, ଭାଣିଜୀ ବରିଷ୍ଠ ଆଇନଜୀବୀ ଦିପ୍ତିରାଣୀ ମହାନ୍ତିଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଗିରିଜାଶଙ୍କର ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ତାଙ୍କ ଭାଇ ରାଜକିଶୋର, ସୁରେନ୍ଦ୍ରନାଥ, ପୁତୁରା ସନ୍ତୋଷ, ମନୋଜ ଓ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ପରିବାର ପରିଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡ. ସିପ୍ରା ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *