ଜଗତସିଂହପୁର ଜିଲ୍ଲାରେ ‘ସୁନାମି ପ୍ରସ୍ତୁତ ସ୍ୱୀକୃତି’ ପାଇଁ ଏନ୍‌ଟିଆର୍‌ବି ଟିମର କ୍ଷେତ୍ର ପରିଦର୍ଶନ

 ଜଗତସିଂହପୁର ୨୭/୦୯/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସୁନାମି ପ୍ରସ୍ତୁତି, ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଓ ଶେଷ-ମାଇଲ୍ ସତର୍କ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ଜାତୀୟ ସୁନାମି ପ୍ରସ୍ତୁତ ବୋର୍ଡ (ଏନ୍‌ଟିଆର୍‌ବି)ର ପ୍ରତିନିଧିମଣ୍ଡଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଗଡ଼କୁଜଙ୍ଗ ନୋଳିଆସାହି ଓ ରାମତରା ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଟିମ ପକ୍ଷରୁ ସମ୍ପୃକ୍ତ ଗ୍ରାମଗୁଡ଼ିକରେ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତିର ଅନୁଧ୍ୟାନ କରାଯାଇଥିଲା। ୟୁନେସ୍କୋ-ଆଇଓସି ଦ୍ୱାରା ‘ସୁନାମି ପ୍ରସ୍ତୁତ ସ୍ୱୀକୃତି କାର୍ଯ୍ୟକ୍ରମର’ ୧୨ଟି ନିର୍ଦ୍ଧିଷ୍ଟ ସୂଚକ ପୂରଣ ଯଥା ସୁନାମି ପ୍ରବଣ ଉପକୂଳବର୍ତ୍ତୀ ସମୁଦାୟ ମାନଙ୍କର ପ୍ରସ୍ତୁତି, ସତର୍କ ସୂଚନା ଓ ଆପଦକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ କରିବା, ସତର୍କ ସୂଚନାର ଦ୍ରୁତ ପ୍ରସାର ପାଇଁ କାର୍ଯ୍ୟ କରାଯାଇଛି।

ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧି, ସ୍ୱେଚ୍ଛାସେବୀ ସହ ଆଲୋଚନା କରାଯାଇ ସୁନାମି ସମ୍ପର୍କିତ ସଚେତନତା, ସତର୍କ ସୂଚନାର ଦ୍ରୁତ ପ୍ରସାର, ନିରାପଦ ସ୍ଥାନ ଚିହ୍ନଟ ଓ ସ୍ଥାନାନ୍ତର ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।

ସୁନାମି ପ୍ରସ୍ତୁତ ସ୍ୱୀକୃତି କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାରେ ପର୍ଯ୍ୟାୟକ୍ରମେ ବିସ୍ତାର କରାଯାଇଛି। ଚଳିତ ପର୍ଯ୍ୟାୟରେ ଏରସମା ର ୭ ଗୋଟି ଓ ବାଲିକୁଦା ର ୩ ଗୋଟି ମୋଟ ୧୦ଟି ଗ୍ରାମକୁ ନିଆଯାଇଛି। ଏହି ଗ୍ରସ୍ତରେ ବୈଜ୍ଞାନିକ ଡ. ବି ଅଜୟ କୁମାର, ବୈଜ୍ଞାନିକ ଡ. ସିଏଚ. ପତଞ୍ଜଳି କୁମାର, ଓସଡମାର ଜେନେରାଲ ମ୍ୟାନେଜର ଡ଼ ବେବିତା ମଞ୍ଜରୀ ନାୟକ, ଜଗତସିଂହପୁର ଜିଲ୍ଲା ଆପଦକାଳୀନ ଅଧିକାରୀ ଅନିଶା ଦାସ, ଏରସମା ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା, ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା, ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଓସଡ଼ମା ସୁକାନ୍ତ ଦାଶ ଏବଂ ସ୍ଥାନୀୟ ସରପଞ୍ଚ, ଜ଼ିଲ୍ଲା ଓ ବ୍ଲକ ଅଧିକାରୀ, ଅପଦମିତ୍ର ସ୍ୱେଛାସେବୀ, ଏନ୍‌ଜିଓ ପ୍ରତିନିଧି ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *