କଟକ ସଦର,୨୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇ ତାଙ୍କର ବହିଷ୍କାର ଓ ଇସ୍ତଫା ଦାବି ନେଇ ଗର୍ଜିଛି କଟକ କଂଗ୍ରେସ। ଏହି ପରିପ୍ରେକ୍ଷୀରେ ଆଜି ସୋମବାର ଦିନ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ଵରେ କଟକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏଥିରେ ଜିଲ୍ଲା ଉପସଭାପତି ରାମଚନ୍ଦ୍ର ଗୋଛାୟତ, କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା, ନିଶ୍ଚିନ୍ତକୋଇଲି ବ୍ଲକ ସଭାପତି ନାରାୟଣ ଦ୍ୱିବେଦୀ, ବିଶ୍ୱଜିତ୍ ଦାସ, ଦିଲିପ ମହାନ୍ତି, ନିରଞ୍ଜନ ଲେଙ୍କା, ପ୍ରତାପ ମଲ୍ଲିକ, ସତ୍ୟରଞ୍ଜନ ଵିଠ୍,ଇଲୁ ସିଂ, ମମତା ସିଂ,ନିଳିମା ଶତପଥୀ, ଆଶିଷ କୁମାର ଵର୍ମନ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।
