କେନ୍ଦ୍ରାପଡ଼ା, ୨୭/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସାଦର ଥାନା ଅଧିନ ନାଗପୁରା ଗ୍ରାମର ଅନନ୍ତ ଚରଣ ରାଉତ(୫୨) ଶନିବାର ବିଲକୁ ଘାସ କାଟିବା ପାଇଁ ଯାଇଥିଲେ । ଘାସ କାଟି ଘରକୁ ଫେରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଗୋବରୀ ନଦୀ ଘାଟରେ ଧୂଆଧୋଇ ହେଉଥିବା ବେଳେ ଗୋଡ ଖସିଯିବାରୁ ନଦୀରେ ବୁଡିଯାଇଥିଲେ ।
ସ୍ଥାନୀୟ ଲୋକେ ତାଙ୍କୁ ନଦୀରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୋଲିସ ତାଙ୍କ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।
