ପୂର୍ବତନ ଓ ଏମ୍ ସି କର୍ମଚାରୀ ସୁରେନ୍ଦ୍ର ଦାସ ଙ୍କ ପରଲୋକ

ଭୁବନ,୧୩/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତର ମଠଖୋକସା ଗ୍ରାମର ଅବସରପ୍ରାପ୍ତ ଓ ଏମ୍ ସି କର୍ମଚାରୀ ସୁରେନ୍ଦ୍ର କୁମାର ଦାସ (୬୧) ଙ୍କ ର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି।

ସେ ଗତ କିଛିଦିନ ହେଲା କିଡନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସମୟରେ ଗତକାଲି ରବିବାର ଅପରାହ୍ନରେ ମୃତ୍ୟୁ ବରଣ କରିଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ବନିତା ,ପୁଅ ସୁଶାନ୍ତ ,ଝିଅ ଲକ୍ଷ୍ମୀପ୍ରିୟା ,ଜ୍ୱାଇଁ ସନ୍ତୋଷ ପଟ୍ଟନାୟକ,ପୁତୁରା ପ୍ରୀତିଶ,ଦିପ୍ତିଶ,ଶ୍ରୀକାନ୍ତ ଉପସ୍ଥିତ ଥିଲେ ।

ମର ଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବନ୍ଧୁ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ ଓ ଶତାଧିକ ଗ୍ରାମବାସୀ ଶବାଧାରରେ ସାମିଲ ହୋଇଥିଲେ। ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁତ୍ର ସୁଶାନ୍ତ ମୂଖାଗ୍ନି ଦେଇଥିଲେ । ସ୍ୱର୍ଗତ ସୁରେନ୍ଦ୍ର ବାବୁ ଜଣେ ବନ୍ଧୁ ବତ୍ସଳ,ସ୍ନେହୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *