କଟକ ସଦର ,୧୫/୦୨/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ହୁଲିପୁର ଵ୍ରହ୍ମେଶ୍ୱର ମହାଦେବଙ୍କ ପୀଠରେ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ଚତୃଵର୍ଗ ଫଳ ପ୍ରାପ୍ତି ନିମନ୍ତେ ବିଶ୍ଵଶାନ୍ତି ମହାଯଜ୍ଞୋତ୍ସଵ ଆଜି ରବିବାର ମହାଶିବରାତ୍ରୀ ରେ ଉଦଯାପିତ ହୋଇଯାଇଛି। ଏଥିରେ କର୍ତ୍ତା କର୍ତ୍ତୀ ଭାବେ ଵିଭୁଦତ୍ତ ମିଶ୍ର ଓ ସଂଘମିତ୍ରା ମିଶ୍ର ଙ୍କ ସହିତ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପରିଚାଳନାରେ ସଭାପତି ପ୍ରଦ୍ୟୁମ୍ନ ମିଶ୍ର, ହୃଷିକେଶ ହୋତା, ସୁଧାକର ଖଟାଇ, ଛତ୍ରପତି ସିଂହ,ଦେଵକାନ୍ତ ମିଶ୍ର, ଦେବାଶିଷ ମିଶ୍ର ଙ୍କ ସହିତ ସମସ୍ତ ଗ୍ରାମବାସୀ ସହାୟତା କରିଥିଲେ।
ହୁଲିପୁର ଵ୍ରହ୍ମେଶ୍ୱର ମହାଦେବଙ୍କ ଯଜ୍ଞୋତ୍ସଵ ଉଦଯାପିତ
