ବିଜେପିର ୫ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ, ନିଆଳି ପାଇଁ ନିର୍ମଳ ଦାସ

କଟକ ସଦର ,୧୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ବିଜେପି ସାଂଗଠନିକ ଜିଲ୍ଲା ର ୫ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ସୁପାରିଶ ଏଵଂ ପ୍ରଭାରୀ ଇଂ ଜ୍ଞାନ ଦେଵ ବେଉରା ଙ୍କ ଅନୁମୋଦନ କ୍ରମେ ପ୍ରଭାରୀ ଓ ସହ ପ୍ରଭାରୀ ଙ୍କ ନାମ ଘୋଷଣା ହୋଇଛି।

ସେଥିରେ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ କଟକ ସଦରର ବରିଷ୍ଠ ବିଜେପି ନେତା, ଜିଲ୍ଲାର ପୂର୍ବତନ ଉପ ସଭାପତି ତଥା ପରମହଂସ ପଞ୍ଚାୟତ ର ପୂର୍ବତନ ସରପଂଚ ଆଡଭୋକେଟ୍ ନିର୍ମଳ ଦାସ(ହରି) ଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ସେହିପରି ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ସହ ପ୍ରଭାରୀ ଭାବେ କଟକ ସଦର ର ଜଣାଶୁଣା ବିଜେପି ନେତା ତଥା ଵୈୟାଳିସମୈ।ଜା ମଣ୍ଡଳର ପୂର୍ବତନ ସଭାପତି ପିୟୁସ ପରିଡ଼ା ଙ୍କୁ ମନୋନୀତ କରାଯାଇଛି।

ଏଥିପାଇଁ କଟକ ସଦର ବିଜେପି ପକ୍ଷରୁ ଉଭୟ ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି। ସେହିପରି ଏହି ଦୁଇଜଣ କାର୍ଯ୍ୟକର୍ତ୍ତା ଙ୍କୁ ଓଡ଼ିଶା ରାଷ୍ଟ୍ରଵାଦୀ ସଂଘ ସଭାପତି ଇଂ ଗିରିଜା ଶଙ୍କର ପତି ଓ ଭାରତୀୟ କିଶାନ ସଂଘ ସଂପାଦକ ଦେଵୀ ପ୍ରସାଦ ପତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *