କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ 

ଭୁବନ,୨୩/୦୯/୨୦୨୬(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଗୋପାଳପୁରପାଟଣା ଛକ ସ୍ଥିତ ବ୍ରଜମୋହନ ଜୀୟୁ ମଣ୍ଡପ ଠାରେ କଂସାରୀ ସମାଜ ପକ୍ଷରୁ ଚଳିତ ବର୍ଷ ଲକ୍ଷ୍ମୀପୂଜା ର ଶତାବର୍ଷିକ ପାଳନ ହେବ । ଏହି ଉପଲକ୍ଷେ ପବିତ୍ର ବାମନ ଜନ୍ମ ସୁନିଆ ତିଥିରେ ଶୁଭ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ କଂସାରୀ ସମାଜ ସଭାପତି ନନ୍ଦକିଶୋର ମେହେଣା ,ସମ୍ପାଦକ ଗିରିଶ ମହାରଣା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପଦେଷ୍ଟା ଇନ୍ଦ୍ରମଣି ମହାପାତ୍ର ଙ୍କ ସମେତ କାଉନସିଲର ପପୁ କୁମାର ସାହୁ ଓ କଂସାରୀ ସମାଜ ର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ରଗଡି ନାଳ କୂଳରେ ପୂଜାର୍ଚ୍ଚନା କରାଯାଇ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଅନୁକୂଳ ମାଟି ଉଠାଣ ହୋଇଥିଲା।

Leave a Reply

Your email address will not be published. Required fields are marked *