ସାଲେପୁର ଆଞ୍ଚଳିକ ତୈଳିକ ବୈଶ୍ୟ ସମାଜ ର ବୈଠକ         

 ସାଲେପୁର,୨୨/୦୯/୨୦୨୬( ଓଡିଶା ସମାଚାର /ଅଭୟ ଜେନା) ସଲେପୁର  ଆଞ୍ଚଳିକ ତୈଳିକ ବୈଶ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ର ବୈଠକ ନିଶିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ର ମା ଶାରଳା ମନ୍ଦିର ପ୍ରାଙ୍ଗଣ ରେ  ଆଡ଼ମ୍ବର ସହ  ଅନୁଷ୍ଠିତ ହୋଇଯାଇଛି । ଏହି ସଭ।ରେ କଟକ ଜିଲ୍ଲା ର ସଭାପତି କାର୍ତ୍ତିକ ଚରଣ ସାହୁ ଙ୍କ ନେତୃ ତ୍ୱରେ 400 ରୁ ଉର୍ଦ୍ଧ ଜାତି ଭାଇ ମାନଙ୍କୁ ନେଇ ବ଼ୈଠକ କରାଯାଇଥିଲା । ଏହି ବୈଠକ ରେ ଜାତୀୟ ସଂଗୀତ ଗାନ, ଭାଗବତ ପାଠ, କରାଯାଇ ଥିଲା ଓ କର୍ମକର୍ତ୍ତା ଚୟନ କରାଯାଇଥିଲା ।ଏଥିରେ ପ।ଏନ୍ଦା ପ୍ରଗଣା ର ସଭାପତି କାଳନ୍ଦୀ ଚରଣ ସାହୁ ସମ୍ପାଦକ ରାମଚନ୍ଦ୍ର ସାହୁ କୋଷ।ଧ୍ୟକ୍ଷ ବିଚିତ୍ରା ନନ୍ଦ ସାହୁ, ସହ ସମ୍ପାଦକ ବଟକୃଷ୍ଣ  ସାହୁ, ସଂଗଠନ ସମ୍ପାଦକ ଅରୀକ୍ଷିତ ସାହୁ ଓ କରିମୂଳ ପ୍ରଗଣ। (ସାଲେପୁର ) ସଭାପତି ଭାବେ ଅଜୟ କୁମାର ସାହୁ ଙ୍କୁ ନିର୍ବାଚିତ କରାଯାଇ ଥିଲା । ଏହି ସଭାରେ ତୈଳିକସମ୍ପ୍ରଦାୟ ର ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

 ଆଲୋଚନା ପରେ ସଭାରେ ଜିଲ୍ଲା ସମ୍ପାଦକ ନାରାୟଣ ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *