ଭୁବନ ୦୫/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ନିବାସୀ ଯୁଧିଷ୍ଠିର ସାହୁ ଙ୍କ ର ଆଜି ମଙ୍ଗଳବାର ଭୋର ୪ ଘଟିକା ସମୟରେ ହୃଦଘାତ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ପାହାନ୍ତା ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପତ୍ନୀ,ପୁଅ,ଝିଅ,ଜ୍ବାଇଁ,ନାତି ଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଯୁଧିଷ୍ଠିର ସାହୁ ଓରଫ ଜୁଜିଆ ଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶବାଧାରରେ ସାମିଲ ହୋଇଥିଲେ। ରଗଡ଼ି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ବର୍ଗତ ଜୂଜିଆ କାଳୀ ବଜାର ରେ ଶୁଭମ୍ ଜେରକ୍ସ ନାମରେ ବେଶ୍ ପରିଚିତ ଥିଲେ। ଜଣେ ଅତ୍ୟନ୍ତ ଶାନ୍ତ ସରଳ ଅମାୟିକ ତଥା ମିଷ୍ଟ ଭାଷୀ ସାଙ୍ଗକୁ ମେଳାପି ବ୍ୟକ୍ତି ହୋଇଥିବାରୁ ତାଙ୍କ ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।