କଟକ ସଦର ,୨୧/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍)-୨୦୨୬ ଚୂଡାନ୍ତ ଭୋଟର ତାଲିକା କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ସାମ୍ବାଦିକ ସମ୍ମିଳନୀରେ ଆଜି ସୋମବାର ଦିନ ପ୍ରକାଶ କରିଛନ୍ତି। ଭୋଟର ତାଲିକାରେ ଜିଲ୍ଲାର ମୋଟ ୧୯,୫୨,୬୩୦ ଜଣ ଭୋଟରଙ୍କ ନାଁ ସ୍ଥାନ ପାଇଛି।
ଏଥିରେ ପୁରୁଷ ଭୋଟର ୧୦,୧୧,୮୧୪ ଜଣ, ମହିଳା ଭୋଟର ୯.୪୦,୬୫୬ ଜଣ ଓ ତୃତୀୟ ଲିଙ୍ଗ ଭୋଟର ୧୮୦ ଜଣ ଥିବା ଜଣାଯାଇଛି। ଭୋଟର ତାଲିକାରୁ ଜିଲ୍ଲାର ୩,୦୦୫ ଜଣ ଭୋଟର ବାଦ୍ ପଡିଛନ୍ତି। ହେଲେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ( ଇ ଆର୍ ଓ) ଙ୍କ ଚୂଡାନ୍ତ ନିଷ୍ପତ୍ତି ସଂକ୍ରାନ୍ତରେ ଅପିଲ କରାଯିବାର ବ୍ୟବସ୍ଥା ରହିଛି ବୋଲି ଜଣାପଡିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଡଃ.ଦିଵ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ କମଲଜିତ୍ ଦାସ, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ସମେତ ଏସ୍ ଆଇ ଆର୍ ଦାୟିତ୍ଵରେ ଥିବା ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
