ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ଜଗତସିଂହପୁର, ୨୧/୦୯/୨୦୨୬ (ଓଡ଼ିଶା ସମାଚାର)- ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଭୋଟରଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଜେ ସୋନାଲ ସଦଭାବନା କକ୍ଷରେ ଆୟୋଜିତ ସଭାରେ , ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଡେପୁଟି କଲେକ୍ଟର ନିର୍ବାଚନ, sveep ନୋଡାଲ ଅଧିକାରୀ,ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି।

ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ସମୟରେ ଜଗତସିଂହପୁର ଜିଲ୍ଲାରେ ମୋଟ ୯୬୪୩୦୧ ଜଣ ଭୋଟର ଥିଲେ। ସଂଶୋଧନ ପ୍ରକ୍ରିୟା ସମୟରେ ୬୫୬୫୯ ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। ବର୍ତ୍ତମାନ  ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା ୯୦୬୮୬୮ ଜଣ ହୋଇଛି।

ତନ୍ମଧ୍ୟରୁ ୧୦୧ ପାରାଦ୍ଵୀପ ନିର୍ବାଚନମଣ୍ଡଳୀରେ ମୋଟ ୨୦୩୪୮୯ ଜଣ, ୧୦୨ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ ୨୩୭୬୫୫ ଜଣ, ୧୦୩ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀରେ ମୋଟ ୨୫୫୨୨୩ ଜଣ, ୧୦୪ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୋଟ ୨୧୦୫୦୧ ଜଣ ଭୋଟର ଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି।ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଜିଲ୍ଲାରେ ୪୭୨୭୮୭ ଜଣ ପୁରୁଷ, ୪୩୩୯୯୫ ଜଣ ମହିଳା ଏବଂ ୮୬ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଯଥା ୧୦୧ ପାରାଦ୍ଵୀପ ର ERO ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା,୧୦୨ ତିର୍ତ୍ତୋଲ ର ERO ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ଜ୍ୟୋତି ଶଙ୍କର ରାୟ,୧୦୪ଜଗତସିଂହପୁର ର ERO ତଥା ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ , ଡେପୁଟି କଲେକ୍ଟର ନିର୍ବାଚନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ନାମ ଓ ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଅନୁରୋଧ କରାଯାଇଛି। ଭୋଟର ତାଲିକାରେ କୌଣସି ତ୍ରୁଟି କିମ୍ବା ସଂଶୋଧନର ଆବଶ୍ୟକତା ଥିଲେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକା ସମ୍ପର୍କରେ ସଚେତନ ରହିବା ସହ ନିଜର ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଆହ୍ୱାନ କରାଯାଇଛି।ସ୍ୱତନ୍ତ୍ର ସଘନ ସଂଶୋଧନ , ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି। ଏହା ୨୧.୦୯.୨୦୨୬ରୁ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ। ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି। ଏହା ସହିତ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in  ମଧ୍ୟ ଉପଲବ୍ଧ ହୋଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *