କଟକ ସଦର ,୨୩/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଅରିଲୋ ପଞ୍ଚାୟତ ଅଫିସ୍ ନିକଟରେ ଥିବା ଶ୍ମଶାନରେ ଆଜି ବୁଧବାର ପୂର୍ବାହ୍ନରେ ଜଣେ ଅଜଣା ଯୁବତୀ ବେକରେ ନିଜର ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁଯାଇ ଯୁବତୀ ଜଣଙ୍କ ଓଡି ୦୫ଵି ଭି ୩୨୦୮ ନମ୍ବରର ଏକ ନାଲି ରଂଗର ଟିଭିଏସ୍ ସ୍କୁଟି ଯୋଗେ ଆସି ମଶାଣି ଆଡକୁ ଅଗ୍ରସର ହୋଇଥିଲେ। କିଛି ଜାଣିବା ପୂର୍ବରୁ ଯୁବତୀ ଜଣକ ଏକ ଛୋଟ ଗଛରେ ଓହଳି ପଡ଼ି ଆତ୍ମହତ୍ୟା କରିସାରିଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଚଳାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଛନ୍ତି।ମୃତା ଯୁବତୀଙ୍କ ପରିଚୟ ଉକ୍ତ ଖଵର ର ଫଟୋ ରୁ ଯେ କେହି ଜାଣିପାରିବେ କିଶନନଗର ଥାନାକୁ ଜଣାଇବେ ବୋଲି କୁହାଯାଇଛି।
ପରବର୍ତି ସମୟରେ ମିଳିଥିବା ତାଜା ସୂଚନା ଅନୁସାରେ ମୃତକ ଅଜଣା ଯୁବତୀଙ୍କ ପରିଚୟ ମିଳିଲା, ସାଲେପୁର ଥାନା ରାଇସୁଙ୍ଗଡା ର ସ୍ଥିତି ପ୍ରଜ୍ଞା ପ୍ରଧାନ।ଏକ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ଭାରତ ଫାଇନାନ୍ସ ରେ ସେ ଆଦାୟକାରୀ ଭାବେ କାର୍ୟ୍ୟ କରୁଥିଲେ ବୋଲି ଜଣାଯାଇଛି ।