କେନ୍ଦ୍ରାପଡ଼ା, ୧୮/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର କଂଗ୍ରେସ ନେତା ତଥା ବରିିଷ୍ଠ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଜିଲା କଂଗ୍ରେସର ମନରେଗା (ଏମ ଜି ଏନ ଆର ଇ ଜି ଏସ)ର ଜିଲା ସଂଯୋଜକ ଭାବେ କଂଗ୍ରେସ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ମହାପାତ୍ର ପୂର୍ବରୁ କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାମ ଆରମ୍ଭ କରି ପ୍ରଥମେ ବ୍ଲକ୍ କଂଗ୍ରେସ ପରେ ଜିଲା କଂଗ୍ରେସ, ଜିଲା କଂଗ୍ରେସ ଓବିସି ସଭାପତି, ରାଜ୍ୟ ଓବିସି ସେଲର ସଂଯୋଜକ ଭାବରେ କାମ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ସଦସ୍ୟ ଭାବେ ଶ୍ରୀ ମହାପାତ୍ର ମନୋନୀତ ହୋଇ କଂଗ୍ରେସ ଦଳର ଇତିହାସ ଓ କଂଗ୍ରେସ ସରକାର ସମୟରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଜିଲା ତଥା ରାଜ୍ୟର ବହୁ ଅନୁଷ୍ଠାନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସେ ୨୦ ବର୍ଷ ଧରି ରାଜ୍ୟ ସଡ଼କ ସୁରକ୍ଷା ସମିତିର ସଦସ୍ୟ ଭାବେ ବହୁ ମୁଲ୍ୟବାନ ମତାମତ ଦେଇଛନ୍ତି । ସେ କେନ୍ଦ୍ରାପଡ଼ା ଜିଲା ଦେଇ ଯାଇଥିବା ବହୁ ଉଚ୍ଚତା ବିଶିଷ୍ଟ ହରିଦାସପୁର – ପାରାଦୀପ ରେଳପଥ ନିର୍ମାଣରେ କେନ୍ଦ୍ରାପଡ଼ାର ମାଟିର ବ୍ୟବହାର ଓ ଏବେ ଚଣ୍ଡିଖୋଲ- ପାରାଦୀପ ୮ ଧାଡିଆ ଜାତୀୟ ରାଜପଥରେ ମାଟି ବ୍ୟବହାରକୁ ବିରୋଧ କରିଥିଲେ । ଫଳରେ ମାଟିର ଅପବ୍ୟବହାର ଓ ଭବିଷ୍ୟତରେ କେନ୍ଦ୍ରାପଡ଼ାର ବିକଳାଙ୍ଗ ଭବିଷ୍ୟତରୁ ସୁରକ୍ଷା ମିଳିପାରିଛି । ଜାତୀୟ ରାଜପଥରେ ମାଟି ବଦଳରେ ପାଉଁଶର ବ୍ୟବହାର ପାଇଁ କଡ଼ା ନିର୍ଦେଶ ଦିଆଯାଇପାରିଛି । ତାଙ୍କୁ କେନ୍ଦ୍ରାପଡ଼ା ଭଳି ରାଜନୈତିକ ସ୍ପର୍ଶକାତର ଜିଲାର ମନରେଗା ସଂଯୋଜକ ଭାବରେ ନିଯୁକ୍ତି ମିଳିଥିବାରୁ କେନ୍ଦ୍ରାପଡ଼ାରେ ବିରୋଧୀ ଦଳର ଶକ୍ତି ବୃଦ୍ଧି ପାଇବ । ଲଗାମହୀନ ବେପରୁଆ ଅଧିକାରୀଙ୍କୁ ଶଂଢୁଆସୀ ଆକ୍ରମଣ କରାଯିବାର ସମ୍ଭାବନା ରହିଛି । ତାଙ୍କର ଏହି ନିଯୁକ୍ତିକୁ କେନ୍ଦ୍ରାପଡ଼ାର ବହୁ କଂଗ୍ରେସ କର୍ମୀ ଓ ନେତା ମାନେ ସ୍ୱାଗତ କରିବା ସହ ନେତୃତ୍ୱଙ୍କୁ ବଧାଇ ଜଣାଇଛନ୍ତି । ଦଳପାଇଁ ନିଷ୍ଠାପର ଭାବେ ନିରବଛିନ୍ନ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।
