୧୦ମ ଓଡ଼ିଶୀ ଗୁରୁକୂଳ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ପାଳିତ

ସତ୍ୟବାଦୀ,୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ତା ୦୧.୦୨.୨୦୨୪ ରିଖ, ଗୁରୁବାର, ଗୁରୁକୂଳ ମୁକ୍ତାକାଶ ରଙ୍ଗମଞ୍ଚରେ ସତ୍ୟବାଦୀ ଅଞ୍ଚଳ ବଡ଼ହାଟ ଗ୍ରାମସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ର ୧୦ମ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ଅତ୍ୟନ୍ତ ଉତ୍ସାହ ଏବଂ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଏବଂ ମର୍ଦ୍ଦଳ ବାଦନ ଅନ୍ୟୁନ ୧୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥି ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ପରିବେଷଣ ହୋଇଥିଲା ଯାହା ଉପସ୍ଥିତ ଅଭିଭାବକ ଗୁରୁ ଦର୍ଶକ ବୁଦ୍ଧିଜୀବୀ ସଙ୍ଗୀତ ବିଦ୍ୱାନ ଏବଂ ଅନ୍ୟା ମାନଙ୍କୁ ଆକର୍ଷିତ କରିଥିଲା । ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ଗଣ ଯଥା ପ୍ରଧ୍ୟାପକ ଅମିୟ କୁମାର ପଟ୍ଟନାୟକ, ଗୁରୁ ଡ଼ଃ ବିଜୟ କୁମାର ଜେନା, ଯନ୍ତ୍ରୀ ଅସୀମ କୁମାର ବେହେରା, ପଣ୍ଡିତ ବିଶ୍ଵନାଥ ରଥ, ଗୁରୁ ନିରଂଜନ ରାଉତ, ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ଗୁରୁ ନିମାକାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଅଶିର୍ବଚନ ପ୍ରଦାନ କରିଥିଲେ। ଗୁରୁକୂଳ ର ଅଧ୍ୟକ୍ଷ ଗୁରୁ ଧନେଶ୍ଵର ସ୍ୱାଇଁ ବିଦ୍ୟାର୍ଥୀ ମାନଙ୍କର କୃତିତ୍ୱ ଉପସ୍ଥାପନା ଏବଂ ସେମାନଙ୍କୁ ଏକ ସୁନ୍ଦର କଳାକାର ହେବା ସହିତ ଉତ୍ତମ ମଣିଷ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଅନ୍ତିମ ସମ୍ଭାଷଣ ରେ ଗୁରୁକୂଳ ର ପ୍ରତିଷ୍ଠାତା ଗୁରୁ ପ୍ରଧ୍ୟାପକ ରାମହରି ଦାସ ବିଦ୍ୟାର୍ଥୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ଗୁରୁକୂଳ ର ସଂପାଦକ ଗୁରୁ ହିଂମାଶୁ ଶେଖର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯକ୍ରମ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରି।

Leave a Reply

Your email address will not be published. Required fields are marked *