୬ ମାସରେ ସୋମପୁର କିଶନନଗର ରାସ୍ତା ଖାଲ ଖମାରେ ଭର୍ତ୍ତି 

କଟକ ସଦର ,୨୧/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା) -ଜଗତସିଂହପୁର ପୂର୍ତ୍ତ ବିଭାଜନ ଅଧିନସ୍ଥ ବିରିଡ଼ି ହାଟ କିଶନନଗର ଭାୟା ସୋମପୁର ରାସ୍ତାର ସୋମପୁର ଠାରୁ କିଶନନଗର ପର୍ଯ୍ୟନ୍ତ ପ୍ରଶସ୍ତି କରଣ ଓ ନବୀକରଣ କାର୍ଯ୍ୟ କରାଯାଇଥିଲା।‌ ହେଲେ ନିର୍ମାଣ ର ୬ ମାସରେ ରାସ୍ତା ସାରା ଖାଲଖମା ଦେଖାଦେଇଛି।

ଏଥିରେ ଉଇସଡମ ପବ୍ଲିକ ସ୍କୁଲ ନିକଟରେ ରାସ୍ତା ମଝିରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ  ତେଲଦିଆ ଛକରେ ପରିପୂର୍ଣ୍ଣ ଖାଲଖମା ଦେଖାଦେଇଛି। ଏଥିପାଇଁ ଯାତାୟାତ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

କିଶନନଗର ସଦର ମହକୁମା କୁ ସଂଯୋଗ କରୁଥିବା ଉକ୍ତ ମୁଖ୍ୟ ବ୍ୟସ୍ତ ବହୁଳ ରାସ୍ତାରେ ପ୍ରତ୍ୟହ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ଘରକୁ ଯିବା ଆସିବା କରୁଛନ୍ତି। ସେହିପରି ସୋମପୁର ଠାରୁ ବିରିଡ଼ି ହାଟ ଭାୟା ବିରିଡ଼ି ବଜାର ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ପ୍ରତି କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *