ସମାଜସେବୀ ମିହିର ବିଷୋୟୀ (କାଜୁଆ)ଙ୍କ ହୃଦଘାତରେ ପରଲୋକ,ଶୋକର ଛାୟା 

କଟକ ସଦର,୨୧/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ସାମନ୍ତରାପୁର ଗ୍ରାମର ଜଣାଶୁଣା ସମାଜସେବୀ ତଥା ସଂଗଠକ କାଜୁଆ ଓରଫ ମିହିର ବିଷୋୟୀ ଙ୍କର ୪୭ ବର୍ଷ ବୟସରେ ପୁରୀଠାରେ ହୃଦଘାତରେ ଗତକାଲି ରବିବାର ଦିନ ପରଲୋକ ଘଟିଥିବା ଜଣାପଡିଛି।

ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଵାଵେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ,କିଶନନଗର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଅଭୟ ସ୍ୱାଇଁ, ଯୁବ ସମାଜସେବୀ ନିରଞ୍ଜନ ସାହୁ, ସୁରେଶ ବିଷୋୟୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ସୋମବାର ଦିନ ସାମନ୍ତରାପୁରରୁ ବହୁ ଶୁଭେଚ୍ଛୁ ପୁରୀ ଯାଇ ସ୍ୱର୍ଗଦ୍ୱାରରେ କାଜୁଆ ଙ୍କ ଅନ୍ତିମ ସଂସ୍କାର କରି ଫେରିଛନ୍ତି।

Leave a Reply

Your email address will not be published. Required fields are marked *