କଟକ ସଦର,୨୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଅନ୍ତର୍ଗତ ୪୨ ମୈ।ଜା ଶ୍ରୀରାମ କାଉଁଣ୍ଡି ସାହିର କୁଲୁରି ଓରଫ ଦିଲ୍ଲିପ ପାଣିଗ୍ରାହୀ (୨୬)ଙ୍କର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଆଜି ସୋମବାର ଦିନ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ ଗତକାଲି ରବିବାର ରାତିରେ କଟକ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥର ତେଲେଙ୍ଗା ପେଣ୍ଠ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଶୀକାର ହୋଇ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ।
ମୃତ ଦିଲ୍ଲିପ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ଜଣେ ଆଗଧାଡିର ସକ୍ରିୟ ଯୁବ ସଦସ୍ୟ ହୋଇଥିବା ରୁ ତାଙ୍କ ଅକାଳ ମୃତ୍ୟୁରେ ସଂଗଠନର ସଭାପତି ପ୍ରଫେସର ମନୋଜ ନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ମୃତକ କୁଲୁରି ଅବିବାହିତ ଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
