ଭୁବନେଶ୍ୱର,୨୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମାର୍ଚ୍ଚ ୨୭, ୨୦୨୫ ମଧୁମତୀ ମୁ୍ୟଜିକ୍ ଦ୍ୱାରା ଆୟୋଜିତ ପ୍ରଥମ ଅର୍ଘ୍ୟ ସ୍ୱରୂପ “ମଧୁରମୁର୍ଚ୍ଛନା” ଅଭୁଲା ଓଡ଼ିଆ ସଙ୍ଗୀତ ସନ୍ଧ୍ୟାର ଆସର ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ଏବଂ ସମ୍ମାନୀତ ଅତିଥି ଭାବେ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ ଯୋଗ ଦେଇଥିଲେ ।
ଏହି ଅବସରରେ ମଧୁମତୀ ମୁ୍ୟଜିକ୍ ଦ୍ୱାରା ଗୁରୁ ପ୍ରଣାମ ସମ୍ମାନରେ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କୁ ସମ୍ମାନୀତ କରାଯାଇଥିଲା । ଏହିସନ୍ଧ୍ୟାର ଆୟୋଜିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପତି, ଶ୍ରୀମତୀ ବେବିରାଣୀ ଏବଂ ଶ୍ରୀମତୀ ଅସ୍ମିତା ପାଣିଗ୍ରାହୀ ଓଡ଼ିଶାର ପାରଦ୍ୱୀପ ଫସଫେଟ୍, କଳିଙ୍ଗ ହସ୍ପିଟାଲ ଲିଃ ଏବଂ ଇମ୍ଫା ସହଯୋଗର ହାତ ବଢ଼େଇଥିବା ହେତୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସନ୍ଧ୍ୟାରେ “ମଧୁମତୀ ମୁ୍ୟଜିକ”ର ମୁଖ୍ୟ ଆୟୋଜକ ଶ୍ରୀମତୀ ବିଜୟଲକ୍ଷ୍ମୀ ପତି ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ ବିଷୟରେ ନିଜର ଅଭିଭାଷଣ ରଖିଥିଲେ ।
ଅନୁଷ୍ଠାନ ତରଫରୁ ତ୍ରୀମୁର୍ତି ଦିବ୍ୟାଙ୍ଗ ଅନୁଷ୍ଠାନଙ୍କୁ ଆର୍ଥିକ ସହାୟତା ପୂର୍ବକ ୫୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ସଙ୍ଗୀତ ଭିତିକ କାର୍ଯ୍ୟକ୍ରମରେ ପ୍ରାୟ ୨୫ ଗୋଟି ଅଭୁଲା ଓଡ଼ିଆ ସଙ୍ଗୀତକୁ ଅତିଥି କଳାକାର ଶ୍ରୀ ସୁଶାନ୍ତ ପଣ୍ଡା, ରୁଦ୍ରାଂଶୁ (ବିପୁଲ୍), ଆକାଂକ୍ଷା, ପୁଷ୍ପା, ସବ୍ୟସାଚୀ, ବିଜୟିନୀ, ଶଶୀକାନ୍ତ, ଚିତରଞ୍ଜନ, ମନୋରଞ୍ଜନ ପରିବେଷଣ କରିଥିଲେ । ଯନ୍ତ୍ରାଂଶରେ ଅଜୟ, ଶିବ, କିଶୋର, ବବ୍ଲୁ, ପୟୋଜ୍, ରାଜୁ, ଶ୍ୟାମସୁନ୍ଦରଏବଂଗୁଲସନ୍ ନଦୀମ୍ ଏହି କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିଲେ ।
