ବାବା ପ୍ରେମାନନ୍ଦ ଗିରି ଙ୍କ ୬୬ ତମ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନ ୨୮/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ଲତବିଲ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୬ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ଋଷି ପଞ୍ଚମୀ ଅବସରରେ କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛତା ମଠ ପୁରୋଧା ସ୍ବାମୀ ରାମାନନ୍ଦ ଭାରତୀ  ଙ୍କ ସମେତ ବିଭିନ୍ନ ସ୍ଥାନରୁ ୨୦ ଜଣ ସାଧୁ ସନ୍ଥ ଯୋଗଦେଇଥିଲେ ।

ଏହି ଅବସରରେ ପ୍ରବଚନ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଦିଲ୍ଲୀପ ଦାସ ସଂଯୋଜନା କରିଥିବା ବେଳେ ସଦାନନ୍ଦ ନାୟକ,ସୁରେନ୍ଦ୍ର କୁମାର ପୋଥାଳ ଓ ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *