କଟକ ସଦର, ୩୧/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଶୁକ୍ରବାର ଥିଲା ଲୈ।ହମାନଵ, ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଥିବା ବେଳେ ଓଡିଶା ପୋଲିସ ପକ୍ଷରୁ ଏକତା ଦୈ।ଡ଼ କରାଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ କନ୍ଦରପୁର ଥାନା ପକ୍ଷରୁ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ଙ୍କ ତତ୍ତ୍ୱାବଧାନରେ ଫକିରପଡା ଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏକତା ଦୈ।ଡ କରାଯାଇଥିଲା।
ଏଥିରେ ଫକିରପଡା ସରପଂଚ ମିଲି ସେଠୀ, ଆୟତପୁର ସରପଂଚ ରାକେଶ ବେହେରା, ଗତିରାଉତପାଟଣା ସରପଂଚ ଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ,ନିମେଇଶାପୁର ସରପଂଚ ଙ୍କ ପ୍ରତିନିଧି ଉମାକାନ୍ତ ରାଉତରାୟ, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, କନ୍ଦରପୁର ସରପଂଚ ଙ୍କ ପ୍ରତିନିଧି ବିଘ୍ନେଶ୍ୱର ରାଉତ, ସୁରେଶ ଚନ୍ଦ୍ର ସାହୁ, ନିରଂଜନ ରାଉଳ, ରାଧାମୋହନ ମହଲା, ଅକ୍ଷୟ ଜେନା, ନିରଞ୍ଜନ ଲେଙ୍କା, ଉଗ୍ରସେନ ଭୁୟାଁ, ସନ୍ତୋଷ ସାହୁ, ଵିନୋଦ କୁମାର ପତି ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଓ ଥାନା ର ସମସ୍ତ ଅଧିକାରୀମାନେ ସାମିଲ ହୋଇ ଏକତା ପାଇଁ ଦୈ।ଡିଵା,ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ବାର୍ତ୍ତା ବାଣ୍ଟିଥିଲେ।
