ଜଗତସିଂହପୁର,୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ସହ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ପରିବାର ଅଦାଲତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, ପ୍ରାଧିକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ, ସି.ଯେ.ଏମ ଶ୍ରୀମତୀ ନୀଳିମା ପଣ୍ଡା, ସବ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରି, ଶ୍ରୀମତୀ ଶର୍ମୀଷ୍ଠା ଶୁଭଦର୍ଶିନୀ ମହାନ୍ତି, ଜଜ୍ ମହିଳା କୋର୍ଟ ଶ୍ରୀମତୀ ସ୍ଵପ୍ନାଶ୍ରୀ ନାୟକ, ରେଜିଷ୍ଟ୍ରାର ସିଭିଲ୍ କୋର୍ଟସ୍ ଶ୍ରୀମତୀ ରଶ୍ମିତା ସାହୁ, ଏସ୍.ଡି.ଜେ.ଏମ୍ ଶ୍ରୀ ନିରଞ୍ଜନ ଦାସ, ମୁନଶିଫ ଶ୍ରୀମତୀ ଅନନ୍ୟା ଦାସ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ ।
ଦୁର୍ଘଟଣା ଜନ୍ନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚ ରେ ପବ୍ଲିକ ପ୍ରକ୍ସେକ୍ୟୁଟର (Prosecutor) ଶ୍ରୀ ନଲିନୀକାନ୍ତ ମହାରଣା, ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବୀ ଶ୍ରୀ ଧିରେନ୍ଦ୍ରନାଥ ଆଚାର୍ଯ୍ୟ, ସ୍ଵେଛାସେବୀ ସୁଷମା ପ୍ରଧାନ ଏବଂ ଶଲ୍ୟବିଭାଗ ଡାକ୍ତର ସିଦ୍ଦାର୍ଥ ଶଙ୍କର ମହାନ୍ତି ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ରୁଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମା
ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୧୦୭୪ ମାମଲାରୁ ୪୩୨ ଟି ସଫଳତାର ସହ ଫଇସଲା ହେବା ସହିତ ୨ କୋଟି ୩ ଲକ୍ଷ ୪୯ ହଜାର ୮୯୬ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ର ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମାରେ ୪୯୫୧ ଟି ମାମଳରୁ ୨୧୦ ଟି ସଫଳତାର ସହ ଫଇସଲା ହେବା ସହିତ ୮୭ ଲକ୍ଷ ୪୨ ହଜାର ୯୮୯ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର ଏବଂ ଏରସମା କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ଵାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି।
ଜଗତସିଂହପୁରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
