ଭୁବନେଶ୍ୱର,୧୯/୦୯/୨୦୨୬ (ଓଡ଼ିଶା ସମାଚାର)-ବିଶ୍ୱ ପ୍ରସିଦ୍ଧ ଧର୍ମୀୟ କାବ୍ୟ ସାହିତ୍ୟ, ଯୁଗାନ୍ତକାରୀ,ନର ଚେତନା କୁ ଉଦବୃଦ୍ଧ ତଥା ଉତ୍ତରଣ କରୁଥିବା, ଓଡ଼ିଆ ସମେତ ୨୫ ଟି ଆଞ୍ଚଳିକ ଭାଷା ରେ ଅନୁବାଦିତ ଓ ପ୍ରକାଶିତ ହୋଇଥିବା ଶ୍ରୀ ଗୁରୁ ଭାଗବତ ଗ୍ରନ୍ଥ ଯାହାକୁ ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥି ରଚନା କରିଛନ୍ତି, ତାଙ୍କ ଆଶୀର୍ବାଦ ଓ ପ୍ରେରଣା ରୁ, କାରାଗାର ମହାନିର୍ଦେଶକ, ଓଡ଼ିଶା ଙ୍କ ଅନୁମତି ଦ୍ୱାରା, ଓଡ଼ିଶାର ତିନି ଟି ବଡ ଜେଲ ର ପରିସର ରେ ଶ୍ରୀ ଗୁରୁ ଭାଗବତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିପାଇଁ ୧୨ ଜୁଲାଇ ରେ ଝାରପଡା ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସର୍ବେଶ୍ୱର ସାହୁ, ୧୪ ଜୁଲାଇ ରେ ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସୁଜିତ କୁମାର ରାଉଳ ଓ ୧୮ ଜୁଲାଇ ରେ ବିଜୁ ପଟନାୟକ ମୁକ୍ତାକାଶ ଆଶ୍ରମ ଜାମୁଝରି ର ସୁପରିଣ୍ଟେଣ୍ଡେଣ୍ଟ ମାଡାମ ସ୍ମିତା ମହାନ୍ତିଙ୍କ ଙ୍କ ସାହାଯ୍ୟ ସହଯୋଗ ପ୍ରଶଂସା ଯୋଗ୍ୟ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୁରୁ ଭାଗବତ ରେ ଥିବା ଗୁରୁ ତତ୍ତ୍ୱ ଓ ତାହା କିପରି ଭାବେ ଜଣେ ନିଜ କର୍ମ, ଧର୍ମ, ବିଚାର ଦ୍ୱାରା ଅନୁଭବ ଓ ଅନୁକରଣ କରି ମନୁଷ୍ୟ ଜନ୍ମ ର ସାର୍ଥକତା ପ୍ରାପ୍ତି ହେବ, ବିଶେଷ ଭାବରେ ବୁଝା ଯାଇଥିଲା । ନିଜ ଭିତରେ ଥିବା ସେହି ଦିବ୍ୟ ଇଶ୍ୱରୀୟ ସତ୍ତା କିପରି ଭାବେ ପ୍ରକଟ ହୋଇପାରିବ, ତାହାର ସହଜ ଓ ସରଳ ମାର୍ଗ ଦିଆଯାଇଥିଲା । ଶ୍ରୀ ଗୁରୁଭାଗବତ ଏକ ବିଦେହୀ ଗୁରୁ ଭାବେ କିପରି ମନୁଷ୍ୟ ର ଆତ୍ମା ଓ ମନ କୁ ସଂଚାଳିତ କରି ମୁକ୍ତି ର ମାର୍ଗ କୁ ପରିଷ୍କାର କରେ, ତାହାର ଉଦାହରଣ ଉପସ୍ଥାପିତ ହୋଇଥିଲା ।
ଗୁରୁ ପୂଜା ର ମହତ୍ତ୍ୱ, ଶ୍ରେଷ୍ଠତ୍ତ୍ୱ ସହ, ନିଜ କର୍ମ ର ପ୍ରାୟଶ୍ଚିତ ଓ ପାଶ୍ଚାତାପ କିପରି କରାଯାଇ ପାରିବ ଓ ଏଥିରେ ସଦଗୁରୁଙ୍କ ଭୂମିକା କିପରି ରହିଥାଏ, ତାହା ମଧ୍ୟ ଆଲୋଚିତ ହୋଇଥିଲା । କିପରି ଭାବେ, ମନ ମଧ୍ୟରୁ ପୁରୁଣା ଅତୀତ ର ସ୍ମୃତି କୁ ପୋଛି, ମନକୁ ଦିବ୍ୟ, ଶୁଦ୍ଧ କରି ଗୁରୁ ଙ୍କ କୃପା ପାଇବାକୁ ନିଜକୁ ଯୋଗ୍ୟ କରିବାକୁ ହୁଏ, ତାହା ମଧ୍ୟ ଆଲୋଚିତ ହୋଇଥିଲା. ନିଜର ଆତ୍ମଶକ୍ତି ଦ୍ୱାରା ନିଜେ କିପରି ଶାନ୍ତି ରେ ବଂଚିପାରିବ, ତାହା ମଧ୍ୟ ଆଲୋଚନା କରାଯାଇଥିଲା.ଏଥିରେ ତିନିଟି ଜେଲ ର ଅନ୍ତେବାସୀ ମାନଙ୍କ ଯୋଗଦାନ, ଭାବ ର ଆଦାନପ୍ରଦାନ ସହ ସେମାନଙ୍କ ସହ ଗୁରୁତତ୍ତ୍ୱ ଜନିତ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ଥିଲା । ଆମେ ସମସ୍ତେ ବନ୍ଦୀ । ଷଡ ରିପୁ ଅଷ୍ଟ ଫାଶ ର ବନ୍ଧନ ସବୁଠାରୁ କ୍ଷତିକାରକ ବୋଲି ଆଲୋଚନା କରାଯାଇଥିଲା । ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ଟୁଙ୍ଗି ର ସଭ୍ୟା ତଥା ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ ଙ୍କ ସ୍ୱାଗତ ଭାଷଣ ଓ ସଭ୍ୟା ମାନଙ୍କ ଦ୍ୱାରା ମନ୍ତ୍ର ପାଠ, ଗୁରୁପାଦୁକା ସ୍ତୋତ୍ର ସହିତ କିଛି ଭଜନ, ମହାମନ୍ତ୍ର ର କୀର୍ତ୍ତନ ସମ୍ପୂର୍ଣ ଜେଲ ପରିବେଶ କୁ ଆଧ୍ୟାତ୍ମିକତା ରେ ଭରି ଦେଇଥିଲା । ଗୁରୁ ଭାଗବତ ର ସାନିଧ୍ୟ ଓ ଗୁରୁପ୍ରେମରେ ସମସ୍ତେ ଡୁବି ଥିଲେ..ଶେଷରେ ଟୁଙ୍ଗୀ ର ଉପସଭାପତି ଶ୍ରୀମତୀ ସ୍ନେହମଞ୍ଜରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
