ଆଇ.ଏ.ଏସ ଶିକ୍ଷାନବିଶ ମାନଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପରିଦର୍ଶନ

ଭୁବନେଶ୍ୱର, ୦୮/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ୬ ଜଣ ଶିକ୍ଷାନବିଶ ସେମାନଙ୍କ ଶିକ୍ଷାଗ୍ରହଣ ପରିଦର୍ଶନ (ଏକ୍ସପୋଜର୍‌ ଭିଜିଟ୍‌) କ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ପହଞ୍ଚିଥିଲେ । ଲୋକସେବା ଭବନସ୍ଥିତ ବିଭାଗୀୟ ଦପ୍ତରରେ ସେମାନେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଦୃଶ୍ୟଶ୍ରାବ୍ୟ ଉପସ୍ଥାପନା ମାଧ୍ୟମରେ ଶିକ୍ଷାନବିଶମାନଙ୍କୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅବଗତ କରାଯାଇଥିଲା । ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ତଥା କାର୍ଯ୍ୟାବଳୀ ନେଇ ସେମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ସେମାନେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ (ସିପ୍‌), ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ସାଇଜର୍‌) ଓ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ (ଏସଆଇଡ଼ିଆର୍‌) ପରିଦର୍ଶନରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *