କିଶନନଗର ବିଜେପି ମଣ୍ଡଳ କୃଷକ ମୋର୍ଚ୍ଚା କମିଟି ଗଠନ 

କଟକ ସଦର ୧୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ୭ ନମ୍ବର ବିଜେପି ମଣ୍ଡଳ କୃଷକ ମୋର୍ଚ୍ଚା କମିଟି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ସୁପାରିଶ କ୍ରମେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଅନୁମୋଦନ କରିଛନ୍ତି।

ଏଥିରେ ସଭାପତି ଭାବେ ଶିଶିର କୁମାର ନାୟକ, ଉପସଭାପତି ଶିଵ ଚରଣ ସାହୁ, ବଟକୃଷ୍ଣ ସାହୁ, ଅମୁଲ୍ୟ ପଣ୍ଡା, ସାଧାରଣ ସଂପାଦକ ଧିରେନ୍ଦ୍ର କୁମାର ଦାସ, ସଂପାଦକ ସୁବ୍ରତ ଭୋଇ, ସୁକାନ୍ତ କୁମାର ପ୍ରଧାନ, ସୁରେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ସାହୁ ମନୋନୀତ ହୋଇଛନ୍ତି। ଏଥିରେ କାର୍ଯ୍ୟକାରୀ କମିଟିକୁ ୧୨ ଜଣଙ୍କ ମଧ୍ୟରେ ଵିଜୟ କୁମାର ଜେନା, ବିଜୟ କୁମାର ବେହେରା, ରମେଶ ଚନ୍ଦ୍ର ସାହୁ, ବେଣୁଧର ବିଶ୍ୱାଳ, ରଂଜନ କୁମାର ମାହାଳି, ଭାସ୍କର ଦାସ, ଅଂଶୁମାନ ଭୁୟାଁ, କୌଶିକ ଭୋଇ, ଅରବିନ୍ଦ ମହାନ୍ତି,ଅଞ୍ଜନ ବସ୍ତିଆ,ନିମେଇଁ ଚରଣ ପଣ୍ଡା, ପ୍ରଭାକର ସାହୁଙ୍କୁ ରଖାଯାଇ ଥିବା ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ପ୍ରେସ ରିଲିଜରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *