ଆଉ କେତେ ଦିନ, ରାସ୍ତାର ଦୂରାବସ୍ଥା ପାଇଁ ଦୁର୍ବିସହ ହେଉଥିବ ମଣିଷ ଜୀବନ 

କଟକ ସଦର ୧୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାରମ୍ବାର ଖଵର ପ୍ରସାରଣ ପରେ ବି ରାସ୍ତାର ଦୂରାବସ୍ଥା ପ୍ରତି ଦୃଷ୍ଟି ନଦେଇ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ କଟକ ସଦର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ଲେଵୁଲକ୍ରସିଂ ଠାରେ ଦୁଇ ପାର୍ଶ୍ଵ ସଂଯୋଗୀକରଣ ରାସ୍ତା ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟିଛି।

ବର୍ଷା ହେଲେ ଖାଲଖମା ରେ ପାଣି ଜମିଵା ଏବଂ ଖରା ହେଲେ ଅତିମାତ୍ରାରେ ଧୁଳି ଉଡ଼ିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଛୋଟ ବଡ଼ ଦୂର୍ଘଟଣାର ଶୀକାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଲେଵୁଲକ୍ରସିଂ କନ୍ଦରପୁର ପଟ ରେଳ ବିଭାଗ ଓ ଅପର ପାର୍ଶ୍ଵ ଏନ୍ ଏଚ୍ ଆଇ ବିଭାଗ ଅଧିନରେ ଥିବାବେଳେ ସେମାନଙ୍କର ସମନ୍ୱୟ ଅଭାବରୁ ଲୋକମାନେ ପ୍ରତିଦିନ ଦୂର୍ଦଶା ଭୋଗୁଛନ୍ତି।

Leave a Reply

Your email address will not be published. Required fields are marked *