ବେଲେଶ୍ୱରପୁର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଶତବାର୍ଷିକ ପାଳନ

କଟକ ସଦର ,୨୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି ପି ଆଇ) ସାରା ଭାରତରେ ତାର ଶତବାର୍ଷିକ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଆଞ୍ଚଳିକ କମିଟି ପକ୍ଷରୁ ବେଲେଶ୍ୱରପୁର ଠାରେ ଶତବାର୍ଷିକ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

କମ୍ୟୁନିଷ୍ଟ ନେତା ତ୍ରୈଲୋକ୍ୟ ନାଥ ଜେନା ଙ୍କ ପୈ।ରୋହିତ୍ୟରେ ଏଵଂ ନାରାୟଣ ଭୋଳଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବହୁ ବରିଷ୍ଠ କମ୍ୟୁନିଷ୍ଟ ନେତା ଯୋଗ ଦେଇ ସଂଗ୍ରାମ ଓ ବଳିଦାନ ସାଙ୍ଗକୁ ଅଙ୍ଗିକାରଵଦ୍ଧତା ନେଇ ଅଗ୍ରସର କମ୍ୟୁନିଷ୍ଟ ପାର୍ଟିର ଶତଵର୍ଷ ପାଳନ ସଫଳତା ପାଇଁ ସମସ୍ତ ଜନଗଣଙ୍କ ସକଳ ପ୍ରକାର ସାହାଯ୍ୟ ସହଯୋଗ କୁ ଭୁୟସିଂ ପ୍ରଶଂସା କରିଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ପ୍ରଶାନ୍ତ ରାଉତ,ସୟଦ ସାଜିଦ୍ ଅଲ୍ଲି, ବସନ୍ତ ବେହେରା ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *