କଟକ ସଦର,୩୦/୦୫/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ବିଜେଡ଼ିର କଟକ ଜିଲ୍ଲା ସଂଗଠନରେ ଗତ କିଛି ମାସ ଧରି ଘଡିକେ ଘୋଡା ଛୁଟୁଥିଵା ବେଳେ ଅସ୍ଥିରତା ଓ ବାଦବିବାଦ ଲାଗି ରହିଛି।


ଏହାରି ଭିତରେ ଦଳକୁ ସଜାଡିବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ରଣନୀତି ଆପଣାଇଛନ୍ତି। ଏଥିପାଇଁ କଟକ ମହାନଗରକୁ ବିଜେଡ଼ିର ଏକ ନୂଆ ସାଂଗଠନିକ ଜିଲ୍ଲା ଭାବେ ଘୋଷଣା କରି ନବୀନ ପଟ୍ଟନାୟକ ଏହାର ସଭାପତି ଭାବେ ସ୍ୱଦେଶ ଦାସ, କାର୍ଯ୍ୟକାରୀ ସଭାପତି ଭାବେ ଜୟଦେବ ଜେନା ଓ ସଞ୍ଜୟ ଵରାଳଙ୍କୁ ମନୋନୀତ କରିଥିବା ଜଣାପଡିଛି।

ବାରବାଟୀ-କଟକ,ଚୈ।ଦ୍ୱ।ର-କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀର ୫୯ ଗୋଟି ୱ।ର୍ଡକୁ ନେଇ ଏହି ନୂଆ ସାଂଗଠନିକ ଜିଲ୍ଲାର ନୂଆ କାର୍ଯ୍ୟକର୍ତ୍ତାଙ୍କ ସାମ୍ନାରେ ସାଂଗଠନିକ ବିବାଦ, ବିଭେଦ ଓ ଦଳଵଦଳର ଛକାପଞ୍ଝା ସଂଗଠନକୁ ଆଗେଇ ନେବାରେ ଅନେକ ଗୁଡ଼ିଏ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଜେଡିର ଚତୁର୍ଥ ସାଂଗଠନିକ ଜିଲ୍ଲାର ମାନ୍ୟତା ପାଇଛି କଟକ ମହାନଗର।
