ମା’ଦୁର୍ଗାଦେବୀଙ୍କ ମନ୍ଦିରରେ ସାମୁହିକ ଦୀପଦାନ

କେନ୍ଦ୍ରାପଡ଼ା,୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ ଅଧିନ କରିଲୋପାଟଣା ଗ୍ରାମସ୍ଥିତ ମା’ ଦୁର୍ଗାଦେବୀଙ୍କ ମନ୍ଦିରରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାମୁହିକ ଆଶିର୍ବାଦ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କରିଲୋପାଟଣା ମଣ୍ଡଳର ଶତାଧିକ ମହିଳା, ପୁରୁଷ ଓ ବିଜେପି କର୍ମକର୍ତାମାନେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଜେପି କର୍ମକର୍ତା ସୂର୍ଯ୍ୟକାନ୍ତ ରାଉତ, ସନାତନ ବେହେରା ଓ ମହିଳା ମଣ୍ଡଳ ସଭାନେତ୍ରୀ ଜୟନ୍ତୀ ରାଉତରାୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

ଏଥିରେ ମଧୁବାବୁ ବିଚାରମଂଚ ଜିଲା ସଭାପତି କେଦାରନାଥ ସାମନ୍ତରାୟ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ କୃତି ଓ କିର୍ତୀ ସହିତ ଦେଶପାଇଁ ଉତ୍ସର୍ଗୀକୃତ ତ୍ୟାଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଭାରତମାତାର ଜୟଧ୍ୱନୀରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇ ଉଠିଥିଲା ।

Leave a Reply

Your email address will not be published. Required fields are marked *