ନିଷ୍କାସନ ବିଭାଗର ଖାମଖିଆଲି ନୀତି ପାଇଁ ହଜାର ହଜାର ହେକ୍ଟର ଚାଷଜମି ଜଳାର୍ଣ୍ଣଵ

କଟକ ସଦର,୨୨/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଶାପୁର ଗହୀର ରୁ ବାହାରିଥିବା ଉଦଵୃତ୍ତ ଜଳ ନିସ୍କାସନ ନାଳଟି ସଫେଇ ନହେବା ଫଳରେ ହଜାର ହଜାର ହେକ୍ଟର ଚାଷଜମି ଜଳାର୍ଣ୍ଣଵ ହୋଇ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ଉକ୍ତ ସଫେଇ ନାମଟି ନିମେଇଶାପୁର ଠାରୁ ବାହାରି କନ୍ଦରପୁର ସାଇଫନ ଦେଇ କାଠପୋଲ ନିକଟରେ ହଂସୁଆରେ ପଡ଼ିଛି। ହେଲେ ଚଳିତବର୍ଷ ଏଵେ ସୁଧା ନାଳ କଟକ ନିଷ୍କାସନ ବିଭାଜନ ପକ୍ଷରୁ ସଫେଇ କରାନଯିବା ଫଳରେ ଉଦଵୃତ୍ତ ଜଳ ନିସ୍କାସନ ନହୋଇ ଜମି ସବୁ କୃତ୍ରିମ ହ୍ରଦ ରେ ପରିଣତ ହୋଇଛି। ଏଥିରେ ନିମେଇଶାପୁର,ଵିରିଵାଟି,ଦିଘି, ଫକିରପଡା,ଆୟତପୁର, ଦଣ୍ଡୁଆସିପଡା, କନ୍ଦରପୁର ପ୍ରଭୃତି ମୈ।ଜାର ଶତାଧିକ ଚାଷ କ୍ଷତିଗ୍ରସ୍ତ ହୋଇଥିବା ରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି।ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ ର ଖାମଖିଆଲ ମନୋଭାବ ପାଇଁ ଚାଷୀମାନଙ୍କ ପ୍ରଭୁତ କ୍ଷତି ହୋଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *