ହନୁମାନ ମନ୍ଦିର ଉପରେ ବଜ୍ରପାତ

ଗରଦପୁର, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ କଳାବୁଦା ପଂଚାୟତ ଗୋବିନ୍ଦପୁର ଗ୍ରାମରେ ଥିବା ହନୁମାନ ମନ୍ଦିର ଉପରେ ଘଡଘଡି ପଡି ପତାକା ପୋଡିଯିବା ସହ ମନ୍ଦିର ର କିଛି ଅଂଶ ଭାଙ୍ଗି ଯାଇଛି । ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ସହ ଘଡଘଡି ହେବା ସମୟରେ ଏହି ଅଘଟଣ ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି ।

ଏହି ଘଡଘଡି ପଡ଼ିବା ଫଳରେ ମନ୍ଦିର ଭିତରେ ଓ ବାହାରେ ଥିବା ବିଦ୍ୟୁତ ଉପକରଣ ପୋଡ଼ି ଯାଇଥିବା ନେଇ ସୂଚନା ମିଳିଛି । ତେବେ ଏହି ଘଡଘଡି ସମୟ ରେ ମନ୍ଦିର ନିକଟରେ ବା ଭିତରେ କେହି ନଥିବାରୁ କୌଣସି ଧନ ଜୀବନ କ୍ଷତି ହୋଇ ନାହିଁ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *