କଟକ କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ପରର ତିନି ରବିବାର ଭସାଣି ୨୦,୨୭,୪ ତାରିଖ ନିର୍ଘଣ୍ଟ !

କଟକ ସଦର,୨୫/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ସେପ୍ଟେମ୍ବର ୧୪ ତାରିଖ ସୋମବାର ଦିନ ଗଣେଶ ପୂଜା ଅନୁଷ୍ଠିତ ହେବ। ସେଥିପାଇଁ ଏବେ ପାର୍ବଣ ଋତୁ ଆରମ୍ଭରୁ କଟକ ସହରରେ ଗଣେଶ ପୂଜା ବିଶେଷ କରି ଭସାଣି ଧୁମଧାମରେ ପାଳନ ହେବାକୁ ଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସ୍ଥିର ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଗଣେଶ ପୂଜା ପରର ତିନି ରବିବାର ଅର୍ଥାତ୍ ଗଣେଶ ପୂଜା ହେବାର ପ୍ରଥମ ରବିବାର ସେପ୍ଟେମ୍ବର ୨୦ ତାରିଖ ଦିନ ପ୍ରଥମ ପାଳି,ଅନନ୍ତ ବ୍ରତର ଦୁଇଦିନ ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ଦ୍ୱିତୀୟ ପାଳି ଏଵଂ ପରମ୍ପରା ଅନୁଯାୟୀ ଦ୍ୱିତୀୟା ଓଷାର ର ଦୁଇଦିନ ପରେ ଘାଣ୍ଟ ତରକାରୀ ଖାଇ ଅକ୍ଟୋବର ୪ ତାରିଖ ଶେଷ ତୃତୀୟ ପାଳିରେ ଵିସର୍ଜିତ ହେବେ ବୋଲି ସୂଚନା ମିଳିଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା କମିଟି ଓ କ୍ଲବ ମାନଙ୍କୁ ନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ଆୟୋଜନ କରାଯାଇ କିଏ କେଉଁ ପାଳିରେ ଭସାଣି କରିବେ ସେ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାଯାଇଛି।

ସେଥିରେ ଗଣେଶ ମୁର୍ତ୍ତୀ ଗୁଡ଼ିକ କିପରି ହେବ ଏବଂ ସେଗୁଡିକର ଉଚ୍ଚତା କେତେ ରହିବ ସେ ସମ୍ପର୍କରେ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ। ଏହି ପରିପ୍ରେକ୍ଷୀରେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଆୟତପୁର ଭସାଣି ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଯାଉଥିବାବେଳେ ସେହି ଦିନ ନିକଟସ୍ଥ କିଶନନଗର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଯଶପଡା ଭସାଣି ପରମ୍ପରା ଅନୁଯାୟୀ ହେବ। ଏଥିପାଇଁ କିଏ କେଉଁ ଭସାଣି ଦେଖିବାକୁ ଯିବେ ତାକୁ ନେଇ ସାଧାରଣରେ ଦ୍ୱନ୍ଦ ଦେଖାଦେଇଛି।

Leave a Reply

Your email address will not be published. Required fields are marked *