ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର, ୨୭/୦୨/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ ୨୦୨୫ ବର୍ଷ ର ଜିଲ୍ଲା ସଡକ ସୁରକ୍ଷା କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ(ଭା.ପ୍ର.ସେ) , ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ ଦାସ ଓ ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଓ ଡ୍ରୀଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ଜିଲ୍ଲାପାଳ କହିଥିଲେ।

ସେ ଡ୍ରଙ୍କ ଆଣ୍ଡ ଡ୍ରିଭେନ୍ ସମସ୍ୟା କୁ ଗୁରୁତ୍ୱାରୋପ କରିଥିଲେ ଏବଂ ଲାଇସେନ୍ସ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲାକ ସ୍ପଟ୍ ଚିହ୍ନଟ ଉପରେ ଗୁରୁତ୍ବ ଦିଆ ଯାଇଥିଲା।ରାସ୍ତା ରେ ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ରହିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇ ଥିଲା।

ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା, ରମ୍ବଲର ପେଣ୍ଟିଂ , କଟକ ପାରାଦ୍ଵୀପ ରାସ୍ତା ରେ ସି ସି ଟି ଭି ଲଗାଇବା, ରୋଡ଼ ସାଇନେଜ୍ ର ଥାର୍ଡ ପାର୍ଟି ଅଡିଟ,ଟ୍ରାଫିକ୍ ମ୍ୟାନେଜମେଣ୍ଟ, ନାଇଟ ପାଟ୍ରୋଲିଂ,ମଦ୍ୟପାନ କରି ସହରରେ ନିଶା ଶକ୍ତ ଅବସ୍ଥା ରେ ବୁଲୁଥିବା ଯୁବ ପୀଢ଼ି ଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠନ ଗ୍ରହଣ କରିବା , ଲାଇସେନ୍ସ ପ୍ରଦାନ ସମୟରେ କଠୋର ନିୟମ ଲାଗୁ ଜଗତସିଂହପୁର ପୌରାଞ୍ଚଳ ର ମୁଖ୍ୟ କେନାଲ ଉପରେ ପାର୍କିଂ ବା ଗିଭ ଓ୍ବେ ର ସାଇନେଜ ,ବୁଲାପ୍ରାଣୀ ସମସ୍ୟା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା।

ଗୁଡ଼ ସମାରିଟାନ ଭାବେ ଲକ୍ଷ୍ମୀକାନ୍ତ ସେନାପତି, କୃଷ୍ଣ ଚନ୍ଦ୍ର ବସ୍ତିଆ, ପ୍ରକାଶ କୁମାର ନାୟକ, ବିଶ୍ଵ ରଞ୍ଜନ ପାଢ଼ୀ, ଜୟ ପ୍ରକାଶ ସାମଲ, ଏସ କେ ଇମିତିଆଜ୍, ସୁଦର୍ଶନ ମଲ୍ଲିକ , ପ୍ରଦୀପ୍ତ କିଶୋର ଦାସ, ସୁଜିତ କୁମାର ଜେନା, ବିଜୟ କୁମାର ସ୍ବାଇଁ, ଏସ କେ ରିଆଯୁଦ୍ଦିନ, ପଙ୍କଜ ତରାଇ ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ପ୍ରକାଶ ଥାଉକି, ଜିଲ୍ଲା ରେ ଏଯାବତ ୯୧ଜଣ ବ୍ୟକ୍ତିଙ୍କୁ ଗୁଡ଼ ସମାରିଟାନ ଭାବେ ସମ୍ମାନୀତ କରାଯାଇଛି। ଆହୁରି ମଧ୍ୟ ଆଇ ଆର ଏ ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ୟ୍ୟକାରିତା ବିଷୟ ରେ ଆଲୋଚନା କରା ଯାଇଥିଲା। ଏହା ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପରେଶ ପାତ୍ର ଜିଲ୍ଲା ରେ ଦୁର୍ଘଟଣା ପ୍ରବଣ ସ୍ଥାନ ରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଗେଟ୍ ଗୁଡିକୁ ଚିହ୍ନଟ କରି ରିପୋର୍ଟ ଦେଇଥିଲେ । ସଡ଼କ ସୁରକ୍ଷା ସଚେତନତା ରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ର ଯୋଗ ଦେବା ପାଇଁ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ବିଭାଗ ର ଅଧିକାରୀ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ୟ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *