ଭୁବନେଶ୍ୱର, ୧୧/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ବିଧାନସଭାରେ ବିଧାୟକମାନଙ୍କ ର ଦରମା ଓ ବିଭିନ୍ନ ଭତ୍ତା ବୃଦ୍ଧିକୁ ଏସ୍. ୟୁ. ସି. ଆଇ(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ କାରାଯାଇଛି। ପ୍ରକାଶ ଥାଉକି ସରକାର ବିଧାୟକମାନଙ୍କ ଦରମା ୩୫ ହଜାରରୁ ୯୦ ହଜାର ଟଙ୍କାକୁ, କମିଟି ମିଟିଂ ରେ ଯୋଗ ଦେବା ଭତ୍ତା ୧୫୦୦ଟଙ୍କାରୁ ୩୦୦୦ ଟଙ୍କାକୁ, ରାଜ୍ୟ ବାହାରକୁ ଯିବା ପାଇଁ ୨ ହଜାରରୁ ୧୦ ହଜାରକୁ, ମାସିକ ଯାନବାହାନ ଖର୍ଚ୍ଚ ୧୫ ହଜାରରୁ ୫୦ ହଜାରକୁ , ପୁସ୍ତକ କିଣିବା ପାଇଁ ୨ ହଜାରରୁ ୧୦ ହଜାରକୁ, ବିଜୁଳି ବିଲ୍ ପାଇଁ ୫ ହଜାରରୁ ୨୦ ହଜାରକୁ, ଚିକିତ୍ସା ଖର୍ଚ୍ଚ ୫ ହଜାରରୁ ୩୫ ହଜାରକୁ, ଗାଡି କିଣିବାକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ରାଜ୍ୟର ଲକ୍ଷ ଲକ୍ଷ ପାଚିକା- ସହାୟିକା, ଆଶା ଅଙ୍ଗନୱାଡ଼ି ଆଦି ସ୍କିମ୍ ଶ୍ରମିକ , ବିଭିନ୍ନ କାଟାଗୋରିର ଶିକ୍ଷକ, ବିଭିନ୍ନ କ୍ଷେତ୍ରରେ କର୍ମରତ ଠିକା ଶ୍ରମିକ ଓ ଅନ୍ୟ ମାନେ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ରାଜରାସ୍ତାରେ ବସି ରହିଥିବା ବେଳେ, ରାଜ୍ୟ ର ଚାଷୀ, ମୂଲିଆ, ଶ୍ରମିକ ଆଦି ସର୍ବ ସ୍ତରର ସାଧାରଣ ମଣିଷ ହାହାକାର କରୁଥିବା ବେଳେ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରି ବିଧାୟକ ମାନଙ୍କ ଭତ୍ତା ବୃଦ୍ଧି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭୋଟ ବେଳେ ଜନସାଧାରଣଙ୍କୁ ସେବା କରିବାର ପ୍ରତିଶ୍ରୁତି ଦେଇ କ୍ଷମତା କୁ ଆସି ଥିବା ବିଜେପି ସରକାର ଆଜି ଜନସାଧାରଣଙ୍କୁ ସର୍ବନିମ୍ନ ରୋଜଗାରର ଗ୍ୟାରେଣ୍ଟି ଦେଇ ପାରୁ ନଥିବା ଏହି ଜନ ପ୍ରତିନିଧିମାନେ ନିଜ ସ୍ବାର୍ଥ ସିଦ୍ଧି କରିବାର ଏତାଦୃଶ ନିଷ୍ପତ୍ତି କୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଏସ୍. ୟୁ. ସି. ଆଇ(କମ୍ୟୁନିଷ୍ଟ) ର ରାଜ୍ୟ ସମ୍ପାଦକ ଶ୍ରୀ ଶଙ୍କର ଦାଶଗୁପ୍ତ ତିବ୍ର ନିନ୍ଦା କରିବା ସହ ଦୃଢ଼ ଭାବେ ବିରୋଧ କରିଛନ୍ତି।
