ପୁଲିସ୍ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ, ନିଲମ୍ବିତ ହେଲେ ଆଇଆଇସିଙ୍କ ସହ ଦୁଇ
କଟକ ସଦର,୨୩/୦୯/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକ ବାଇକ୍ ଚୋରୀ ଘଟଣାରେ ସନ୍ଦେହରେ କମିଶନରେଟ ଚୌଦ୍ୱାର ଥାନା ପୋଲିସ ଢେଙ୍କାନାଳ ଜିଲ୍ଲା ଭାପୁର ଥାନା କୋରଙ୍ଗା ଗ୍ରାମର ରସାନନ୍ଦ ନାୟକ(୩୪) ଙ୍କୁ ଉଠାଇ ଆଣି ସିସିଟିଭି ଆଢ଼ୁଆଳରେ ରଖିବା ପାଇଁ ହାଜତରେ ନରଖି ବାରାକ ରେ ରଖି ଦୁଇଦିନ କାଳ ନିସ୍ତୁକ ମାଡ ମାରିଥିବା କାରଣରୁ ରସାନନ୍ଦ ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏଥିପାଇଁ ରସାନନ୍ଦ ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ହଟଚମଟ ସୃଷ୍ଟି କରିଛି। ପୁଲିସ୍ ପକ୍ଷରୁ ଉକ୍ତ ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବା ପାଇଁ ଯଥାସମ୍ଭବ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଏହାକୁ ହାଜତ ମୃତ୍ୟୁ ଭାବେ ଧରିନେଇ ଘରୋଇ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଚୌଦ୍ୱାର ଥାନା ଆଇଆଇସି ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଏସିପି ବିଶ୍ୱରଂଜନ ସାହୁ ଙ୍କୁ ନିଲମ୍ବିତ କରାଯାଇଛି।
ସେହିପରି ଥାନାରେ ଉକ୍ତ ଦିନ ଡିସିଓ ଦାୟିତ୍ୱରେ ଥିବା ଏସଆଇ ନିରଞ୍ଜନ ଗୋଡା ଓ ସେଣ୍ଟ୍ରି ଓ ପିଏଫ୍ କନେଷ୍ଟବଳ କମଲ ଲୋଚନ ମାଝି ଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ ନିଲମ୍ବିତ ଏସିପି ଇନଚାର୍ଜ ବିଶ୍ୱ ରଞ୍ଜନ ସାହୁ ୪ ମାସ ତଳେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିଲେ ମଧ୍ୟ ପୂର୍ଵପରି ଥାନାରେ ଥାନାଅଧିକାରୀ (ଆଇଆଇସି) ଭାବେ କାର୍ୟ୍ୟ କରିଆସୁଥିଲେ।
