ପୋଷାକ ରଙ୍ଗ ବଦଳାଇଲେ ପ୍ରଭାତ

 ପ୍ରଭାତ ବିଶ୍ବାଳ କ୍ଷମତା ଲୋଭୀ ନଥିଲା, କ୍ଷମତା କେନ୍ଦ୍ରର ପାଖ ଲୋକ ଥିଲା-ପ୍ରଭାତ

କଟକ ସଦର,୧୯/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମାନସିକ ରଖି ଦୀର୍ଘ ଦିନ ଧରି ଖଇରିଆ ରଙ୍ଗର ପୋଷାକ ପିନ୍ଧୁଥିବା କଟକ ସଦର ତଥା ଚୈ।ଦ୍ୱାର କଟକ ର ପୂର୍ବତନ ବିଧାୟକ ତଥା ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ରବିବାର ଠାରୁ ମାନସିକ ପୂରଣ କରି ଧଳା ପୋଷାକ ପରିଧାନ କରିଛନ୍ତି। ଏହି ଅବସରରେ ରାଜନୈତିକ ଛାତ୍ର ଥିବା ବଵି ଓରଫ ପ୍ରଣବ ପ୍ରକାଶ ଦାସ ଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି।

ବବି ଦାସ ଦିନେ  ରାଜନୈତିକ ଗୁରୁ ଭାବେ ମାନୁଥିବା ବେଳେ ଏବେ ମୋତେ ପାଗଳ କହିବା ମୋ ଆଶା ବାହାରେ ଥିଲା। ବବି ଦାସଙ୍କ ଭଳି କିଛି ଅସହିଷ୍ଣୁଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ରାଜନିତୀରୁ ମୋ ଗୋଡ ଖସାଇ ଦେଇଛନ୍ତି ସତ କିନ୍ତୁ ମୋର ନିତୀ ନୈତିକତାରୁ ଖସାଇପାରି ନାହାନ୍ତି କି ପାରିବେ ବି ନାହିଁ ବୋଲି ପ୍ରଭାତ ଦୃଢତାର ସହ କହିଛନ୍ତି। ଯେଉଁମାନେ ଷଡ଼ଯନ୍ତ୍ରକାରୀ ସେମାନଙ୍କୁ ଜଗନ୍ନାଥ ଦଣ୍ଡ ଦେଇସାରିଛନ୍ତି , ଆଗକୁ ବି ଆହୁରି ଦଣ୍ଡ ପାଇବେ। ପ୍ରଭାତ ବିଶ୍ବାଳ କ୍ଷମତା ଲୋଭୀ ନଥିଲା , କ୍ଷମତା କେନ୍ଦ୍ରର ପାଖ ଲୋକ ଥିଲା ବୋଲି ପ୍ରଭାତ କହିଛନ୍ତି। ପ୍ରଭାତ ବିଶ୍ୱାଳ ଙ୍କ ଏହି ବିସ୍ଫୋରକ ବୟାନ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ଆଗକୁ ରାଜନୈତିକ ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *