କଟକ ସଦର,୧୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ତଥ। କଟକ ସଦର ଅନ୍ତର୍ଗତ ନେମାଳ ସ୍ଥିତ ପଦ୍ମବନ ପୀଠ ବା ଅଚ୍ୟୁତାନନ୍ଦ ପୀଠ ରାଜ୍ୟର ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟକ ମାନଙ୍କ ସୁବିଧା ତଥା ଆବଶ୍ୟକତା ଦୃଷ୍ଟିରୁ କଟକରୁ ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କଟକ ସଦର ଅନ୍ତର୍ଗତ ପଦ୍ମବନ ପୀଠ ନେମାଳକୁ ଭାୟା କିଶନନଗର ଦେଇ ମୋ ବସ୍ ଚଳାଚଳ ପାଇଁ ସାଧାରଣରେ ଦାବି ହେଉଛି।
ଏହି ବସ୍ ସେବା ଯୋଗାଇ ଦିଆଗଲେ ଗତିରାଉତ ପାଟଣା,ଵିରିଵାଟି, ଫକିରପଡା, କନ୍ଦରପୁର,ପାରାଵିଲ୍, କମରପଦା, ରାମକୁମାରପୁର,ସୋମପୁର, କିଶନନଗର ସହିତ ମହାନଦୀ ଅପର ପାଶ୍ୱର୍ ନେମାଳ ପର୍ୟ୍ୟନ୍ତ ଯାତ୍ରୀମାନେ ସହଜ ଓ ସୁବିଧାରେ କଟକ ସହିତ ନେମାଳକୁ ସିଧାସଳଖ ଗମନାଗମନ ର ସୁବିଧା ପାଇ ପାରିବେ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ ସରକାରଙ୍କ ନିକଟରେ ଦାବି କରିଛନ୍ତି।
