ଟାଇଗର କ୍ଲବ ପୂଜା କମିଟି ପକ୍ଷରୁ ଗଜାନନ ପୂଜା

କେନ୍ଦ୍ରାପଡ଼ା,୧୫/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠସ୍ଥିତ ସୁଜାନଗର ଟାଇଗର ପୂଜା କମିଟି ଆନୁକୂଲ୍ୟରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ରୀତି ନୀତି ଅନୁଯାଇ କରାଯାଇଛି । ୧୦ବର୍ଷ ହେବ ପୂଜା କମିଟିର ସଦସ୍ୟମାନେ ବଡ ଧୁମ୍ ଧାମ୍ ରେ ଗଜାନନଙ୍କ ପୂଜା କରି ଆସୁଛନ୍ତି ।

ଚଳିତବର୍ଷ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠାନ ପକ୍ଷରୁ ମହାସମାରୋହର ସହିତ କରାଯାଉଛି । ପୂଜା କମିଟି ସଦସ୍ୟ ଦେବଦ ପାଗଳ, ଓମ୍ ପ୍ରକାଶ ମହାନ୍ତି, ମୁନାନନ୍ଦ ବାରିକ, ବଳରାମ ଗେରୁ, ଜଗବନ୍ଧୁ ପାତ୍ର, ପୁନାନନ୍ଦ ବାରିକ, ବିଜୟ ପାଗଳ, ପ୍ରଦୀପ ଗେରୁ, ଅନାଦୀ ଚରଣ ଗେରୁ, ଦିଲ୍ଲିପ ସାହୁ, ଶଶିଭୂଷଣ ସାହୁ, ତ୍ରିଲୋଚନ ଦାସ, ବିଜୟ ପାଗଳ ପ୍ରମୁଖ ଗଜାନନଙ୍କ ପୂଜା ଆୟୋଜନ କରିବାରେ ସହଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *