କେନ୍ଦ୍ରାପଡା,୦୪/୧୦/୨୦୨୫(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନବଦିନ ବ୍ୟାପୀ ଚଣ୍ଡି ପଠନ, ହବନ, ଜପ ଓ ପାରାୟଣ ପ୍ରଭୃତି କରାଯାଇଛି ।
ଏଥିସହିତ ବିଶ୍ୱବାସୀଙ୍କ ଉଦେଶ୍ୟରେ ଶ୍ରୀମା ଅନ୍ନ ତ୍ୟାଗ କରି ବ୍ରତ କରିବା ସହ ନିଜର ଜୀବନକୁ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ କରିଛନ୍ତି । ଏହାବ୍ୟତିତ ନବକନ୍ୟା ପୂଜନ ବା କୁମାରୀ ପୂଜା ମଧ୍ୟ ମହାସମାରୋହରେ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ରୀତାଞ୍ଜଳି ନାଥ, ଦ୍ରୌପଦୀ ରାଉତ, ପୁନମ ନାୟକ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଉପାଧ୍ୟକ୍ଷ ଡକ୍ଟର କାଳି ପ୍ରସନ୍ନ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱ କଲ୍ୟାଣ ପାଇଁ ଏବଂ ସଂସାରର ଦୁଃଖ ଦୁର୍ର୍ଦଶା ଦୂର ପାଇଁ ଶ୍ରୀମା’ କୁମାରୀ କନ୍ୟାମାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ନୃସିଂହ ନାଥ ପରିଚାଳନା କରିଥିଲେ ।
