କଟକ ସଦର,୧୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କେଏମସି ୫୧ ନମ୍ବର ୱାର୍ଡ ପୋପରଡା ଗ୍ରାମର ତଥା ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ସୂର୍ଯ୍ୟକାନ୍ତ ଛାଟୋଇଙ୍କର ଆଜି ମଙ୍ଗଳବାର ଦିନ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି।
ସିଏ କିଛି ଦିନ ହେଲା ଅସୁସ୍ଥତା ଯୋଗୁଁ ଚିକିତ୍ସାଧିନ ଥିଲେ। ପରଲୋକ ଖବର ପାଇ ବିଧାୟକ ସୁଶାନ୍ତ ରାଉତ ଙ୍କ ସମେତ ଵିଏମସି ର ବହୁ କର୍ପୋରେଟର, ପୋଲିସ ବିଭାଗର ବହୁ ସହକର୍ମୀ ଓ ଶତାଧିକ ବ୍ୟକ୍ତିବିଶେଷ ପୋପରଡାରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗ୍ରାମ୍ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
