କଟକ ସଦର,୦୨/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଠାରେ ଆଜି ସୋମବାର ଅପରାହ୍ନରେ ବିଜେପି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ,ଅରାଜକତା ହଟାଅ’ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡ଼ଃ ସୁଧାଂଶୁ ତ୍ରିବେଣୀ, ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟି କଟକ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ଵଡୁ ଙ୍କ ସମେତ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ପଦଯାତ୍ରା କଟକ କଲେଜ ଛକ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ଵାହାରି ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ନିକଟକୁ ଯାଇଥିଲା।
