ମାଆ ବାଗେଶ୍ବରୀଙ୍କ ପୀଠରେ ଭାଗବତ ସମ୍ମାନ ପ୍ରଦାନ ସମାରୋହ 

ମାହାଙ୍ଗା, ୦୫/୧୧/୨୦୨୫ (ଓଡିଶା. ସମାଚାର/ ଅଭୟ ଜେନା)-ଶ୍ରୀମଦ ଭାଗବତ ମହା ପୁରାଣ ଓଡ଼ିଶାର ଘରେ ଘରେ ବେଶ ଆଦୃତ ହୋଇପାରିଛି । ଓଡ଼ିଆ ଭାଗବତର ସରଳ ତରଳ ସାବଲୀଳ ତଥା ଅମୃତମୟ ଗାଥା ପ୍ରତିଟି ଓଡ଼ିଆଙ୍କ ମନ ପ୍ରାଣକୁ ବିମୋହିତ କରିଆସିଛି । ପୁଣ୍ୟ ଓ ପବିତ୍ର କାର୍ତ୍ତିକ ମାସରେ ଉତ୍କଳର ଅଧିକାଂଶ ମଠ, ମନ୍ଦିର ଏବଂ ଗାଁ’ ଗଣ୍ଡାରେ ଭାଗବତ ପାରାୟଣ ବେଶ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହେବା ଦେଖିବାକୁ ମିଳେ ।

ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ମାଆ ବାଗେଶ୍ବରୀଙ୍କ ପୀଠରେ ଦୀର୍ଘ ୨୯ ବର୍ଷ ତଳୁ ଭାଗବତ ସପ୍ତାହ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହି ଗ୍ରାମର “ବ୍ୟାସ ମଞ୍ଚରେ” ପଣ୍ଡିତ ଦିବ୍ୟ ସୁନ୍ଦର ଆଚାର୍ଯ୍ୟ ଶ୍ରୀମଦ ଭାଗବତ କଥାମୃତ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ ।  ଶହଶହ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ ଉତ୍ସବରେ ଉପସ୍ଥିତ ଥିଲେ । ବ୍ୟାସ ମଞ୍ଚରୁ ପ୍ରବଚକ ଶୁକଦେବ ସ୍ୱାଇଁଙ୍କ ଶ୍ରୀମଦ ଭାଗବତ ପାଠ ଶ୍ରଦ୍ଧାଳୁ ମାନଙ୍କ ହୃଦୟକୁ ଛୁଇଁ ଯାଉଥିଲା । ଏହି ଅମୃତମୟ ଆଲୋଚନା ଗ୍ରାମ୍ୟ ଜୀବନକୁ ରସଶିକ୍ତ କରିବା ଦେଖିବାକୁ ମିଳିଥିଲା ।  ଚଳିତ ବର୍ଷ “ଶ୍ରୀ ମଦ ଭାଗବତ ସମ୍ମାନ” ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  ଉଚ୍ଚପଦା ଗ୍ରାମର ନାରାୟଣ ଶତପଥୀ, କାଳିଅଣ୍ଟି ଗ୍ରାମର ଗୌରାଙ୍ଗ ସେନାପତି, ମାହାଙ୍ଗାର ଡାକ୍ତର ଶିବ ନାରାୟଣ ରାୟ, କୁହୁଣ୍ଡା ଗ୍ରାମର ବଟ କୃଷ୍ଣ ନାୟକ, ବନଗୁରିଆ ଗ୍ରାମର ଜୟରାମ ସ୍ୱାଇଁଙ୍କୁ ଅତିଥିମାନେ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଏବଂ ଶ୍ରୀମଦ ଭାଗବତ ମହାପୁରାଣ ଗ୍ରନ୍ଥ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂଜକ ଅନନ୍ତ କିଶୋର ପଣ୍ଡା, ପୂର୍ବତନ ସମିତିସଭ୍ୟ ମହେଶ୍ୱର ରାଉତ, ସାହିତ୍ୟିକ ଅଖିଳେଶ ମହାନ୍ତି, ଶିକ୍ଷାବିତ ଉମେଶ ଚନ୍ଦ୍ର ରାଉତ, ପିତାମ୍ବର ଭଞ୍ଜ, ମୁରଲୀଧର ବେହେରା, ଗଣେଶ ବିହାରୀ, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।

 ଏହି କାର୍ଯ୍ୟକ୍ରମକୁ ଅଚ୍ୟୁତାନନ୍ଦ ସ୍ୱାଇଁ,ରଂଜିତ କୁମାର ବେହେରା, ରଂଜିତ କୁମାର ମହାନ୍ତି, ପଞ୍ଚାନନ ସ୍ୱାଇଁ, ବାସବ ବେହେରା, ମନୋଜ ସ୍ୱାଇଁ, ନିରଞ୍ଜନ ବିହାରୀ, ସୁବନ ମହାନ୍ତି, ଏବଂ ନିରଞ୍ଜନ ସାହୁ ପ୍ରମୁଖ “ମା’ ବାଗେଶ୍ବରୀ ଭାଗବତ ପ୍ରଚାର ସମିତି” ର ସଦସ୍ୟ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *